ପିତାଙ୍କୁ ଚାମ୍ପିୟନ୍‌ କହିଲେ ଦୀପିକା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପିତା ତଥା ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ ଆଜି ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନରେ ପିତାଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି ଦୀପିକା। ଦୀପିକା ଏକ ଥ୍ରୋବ୍ୟାକ୍‌ ଫଟୋ ଶେୟାର କରିଛନ୍ତି। ସର୍ବଶ୍ରେଷ୍ଠ ଅଫ ସ୍କ୍ରିନ ହିରୋ ହେଉଛ ତୁମେ। ଆମକୁ ଶିକ୍ଷା ଦେଇଥିବାରୁ ଧନ୍ୟବାଦ। ତୁମେ ଜଣେ ପ୍ରକୃତ ଚାମ୍ପିୟନ୍‌ ବୋଲି ସେ କହିଛନ୍ତି।
ଦୀପିକା ପାଦୁକୋନଙ୍କ ପିତା ପ୍ରକାଶ ପାଦୁକୋନ ଜଣେ ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି। ୧୯୮୦ରେ ସେ ନଂ ୧ ରେ ସ୍ଥାନ ପାଇଥିଲେ। ସେହି ବର୍ଷ ସେ ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ ଜିତିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଥିଲେ। ୧୯୭୨ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୮୨ରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

Share