ପିଠି ଯନ୍ତ୍ରଣା ପାଇଁ ନୂଆ ଇଞ୍ଜେକ୍‌ଶନ

ପିଠି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ ଆମେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଥାଉ। ଏପରିକି କେତେକ ଘରୋଇ ଉପଚାର ମାଧ୍ୟମରେ ଏହି ଯନ୍ତ୍ରଣାକୁ କେତେକାଂଶରେ ଲାଘବ ମିଳିଥାଏ। ଏପରି ସମସ୍ୟାରୁ ତୁରନ୍ତ ଉପଶମ ପାଇବା ପାଇଁ ନିକଟରେ ଏକ ଇଞ୍ଜେକଶନ ପ୍ରସ୍ତୁତ କରାଯାଇଛି। ଓହିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ ଦୁଇ ବର୍ଷ ଧରି ଚେଷ୍ଟା ଜାରି ରଖି ଏପରି ଏକ ଇଞ୍ଜେକଶନ ପ୍ରସ୍ତୁତ କରିଛନ୍ତି। ଖାସ୍‌ କଥା ହେଲା, ଏହି ନୂଆ ଇଞ୍ଜେକଶନର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। କେବଳ ସେତିକି ନୁହେଁ, ଡାଇବେଟିସ ରୋଗୀ ଏହାକୁ ମଧ୍ୟ ନେଇପାରିବେ ଏବଂ ଏହାଦ୍ୱାରା ରକ୍ତରେ ସୁଗାର ପରିମାଣ ଆଦୌ ପ୍ରଭାବିତ ହେବ ନାହିଁ ବୋଲି ଉକ୍ତ ୟୁନିଭର୍ସିଟିର ପ୍ରଫେସର ଡା. ଷ୍ଟେଭିନ୍‌ କୋହେନ୍‌ ପ୍ରକାଶ କରିଛନ୍ତି। ତେବେ ପରୀକ୍ଷାମୂଳକ ଭାବରେ ଏହି ଇଞ୍ଜେକଶନରୁ ସଫଳତା ମିଳିଛି ବୋଲି ସେ କହିଛନ୍ତି।