ପିଠି ଯନ୍ତ୍ରଣାରୁ ମୁକ୍ତିଦିଏ ଶଲ୍‌ଭାସନ ଆସନ

ଶଲ୍‌ଭାସନ ଆସନ କରିବା ଦ୍ୱାରା ସାଇଟିକା ଏବଂ ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏହା ନିୟମିତ କରିବା ଦ୍ୱାରା ଜଙ୍ଘର ଚର୍ବି କମେ ଓ ଓଜନ ମଧ୍ୟ କମ୍‌ ହୁଏ। ପେଟ ପାଇଁ ଏହି ଆସନ ଲାଭକାରୀ ଓ ପାଚନକ୍ରିୟାରେ ସହାୟକ ହୁଏ। ଏହି ଆସନ ମାନସିକ ଅବସାଦ ଓ କ୍ଳାନ୍ତିକୁ ମଧ୍ୟ ଦୂର କରେ। ଅନ୍ତଃସତ୍ତ୍ୱା, ପେଷ୍ଟିକ୍‌ ଅଲ୍‌ସର, ହାର୍ନିଆ, ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗୀମାନେ ଏହି ଆସନ କରିବା ଉଚିତ ନୁହେଁ। ଯଦି ଆପଣଙ୍କ ପିଠି ତଳଭାଗରେ ବହୁତ ଯନ୍ତ୍ରଣା ହେଉଛି, ତେବେ ଏହି ଆସନ ସାବଧାନ ହୋଇ କରନ୍ତୁ।
କେମିତି କରିବେ ଏହି ଆସନ
ଶଲ୍‌ଭାସନ କରିବା ପାଇଁ ହେଲେ ପ୍ରଥମେ ଆପଣଙ୍କୁ ମକରାସନର ମୁଦ୍ରାକୁ ଆସିବାକୁ ହେବ। ଭୂମିରେ ପେଟ ତଳକୁ କରି ଶୁଅନ୍ତୁ, ଗୋଟେ ପାଦରୁ ଆଉ ଗୋଟେ ପାଦକୁ ଦୂରରେ ରଖନ୍ତୁ। ହାତ ଦୁଇଟିକୁ ମୁଣ୍ଡ ପାଖରେ ରଖନ୍ତୁ। ତା’ପରେ ଧୀରେଧୀରେ ଦୁଇ ପାଦକୁ ଯୋଡ଼ନ୍ତୁ। ଏବେ ଦୁଇ ହାତକୁ ଶରୀର ପାଖରେ ଏପରି ରଖନ୍ତୁ, ଯେପରି ପାପୁଲି ଉପରକୁ ରହିବ। ଜୋରରେ ନିଃଶ୍ୱାସ ନେଇ ଦୁଇ ପାଦକୁ ଉପରକୁ ଉଠାନ୍ତୁ। ପାଦକୁ ସେତିକି ଉଠାନ୍ତୁ, ଯେପରି ଆଣ୍ଠୁ ମୋଡ଼ି ହେବନାହିଁ। ଏବେ ନିଃଶ୍ୱାସ ନିଅନ୍ତୁ ଓ ଛାଡ଼ନ୍ତୁ ଏବଂ ୧୦-୨୦ ସେକେଣ୍ଡ ପର୍ଯ୍ୟନ୍ତ ଆରାମ କରନ୍ତୁ। ଏହାପରେ ଧୀରେଧୀରେ ନିଃଶ୍ୱାସ ଛାଡ଼ି ଆପଣଙ୍କ ପାଦକୁ ଭୂମିରେ ରଖନ୍ତୁ। ଏବେ କିଛି ସମୟ ମକରାସନକୁ ଆସି ଆରାମ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri