Categories: ଖେଳ

ପିଟି ଉଷାଙ୍କୁ ଭେଟେରାନ ପିନ୍‌ ସମ୍ମାନ

ନୂଆଦିଲ୍ଲୀ,୨୫।୯(ପିଟି): ପୂର୍ବତନ ଭାରତୀୟ ଆଥ୍‌ଲେଟ୍‌ ଓ ଅଲିମ୍ପିଆନ ପିଟି ଉଷାଙ୍କୁ ସମ୍ମାନଜନକ ଅନ୍ତର୍ଜାତୀୟ ଆସୋସିଏଶନ ଅଫ୍‌ ଆଥ୍‌ଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌) ଭେଟେରାନ ପିନ ପୁରସ୍କାର ମିଳିଛି। ଦୋହାଠାରେ ଅନୁଷ୍ଠିତ ୫୨ତମ ଆଇଏଏଏଫ୍‌ କନଫରେନ୍ସ ଅବସରରେ ଉଷାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମୋତେ ଭେଟେରାନ ପିନ ସମ୍ମାନ ଦେବା ପାଇଁ ଆଇଏଏଏଫ୍‌ ଓ ସଭାପତି ସେବେଷ୍ଟିଆନ କୋଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଆଗକୁ ମଧ୍ୟ ଭାରତରେ ଆଥ୍‌ଲେଟିକ୍ସ ଉନ୍ନତି ଦିଗରେ କାର୍ଯ୍ୟ କରିବି ବୋଲି ଉଷା ବୁଧବାର ଟୁଇଟ୍‌ କରିିଛନ୍ତି। ଟୁଇଟ ସହ ପୁରସ୍କାର ଗ୍ରହଣ କରୁଥିବାବେଳର ଫଟୋ ମଧ୍ୟ ଶେୟାର କରିଛନ୍ତି। ଉକ୍ତ ଫଟୋରେ ଉଷାଙ୍କୁ ଆଇଏଏଏଫ୍‌ ସଭାପତି ସେବେଷ୍ଟିଆନ ପୁରସ୍କାର ଦେଉଛନ୍ତି। ୧୯୮୪ ଲସ ଆଲେଞ୍ଜ ଅଲିମ୍ପିକ୍ସର ୪୦୦ ମିଟର ବାଧା ଦୌଡ଼ଇଭେଣ୍ଟରେ ବ୍ରୋଞ୍ଜ ପଦକରୁ ଏକ ସେକେଣ୍ଡଠାରୁ ଆହୁରି କମ୍‌ ସମୟରେ ହାତଛଡ଼ା କରିଥିଲେ। ପାୟୋଲି ଏକ୍ସପ୍ରେସ ଭାବେ ଜଣାଶୁଣା ଉଷାା ୧୯୮୩ରେ ଅର୍ଜୁନ ସମ୍ମାନ ପାଇଥିଲେ। ଦୁଇ ବର୍ଷ ପରେ ୧୯୮୫ରେ ତାଙ୍କୁ ପଦ୍ମ ଶ୍ରୀ ପୁରସ୍କାର ମଧ୍ୟ ମିଳିଥିଲା।

Share