Categories: ବାଣିଜ୍ୟ

ପିଛା ଛାଡ଼ୁନି ମାନ୍ଦାବସ୍ଥା; ଅଗଷ୍ଟରେ ଟାଟା ମୋଟର୍ସ ବିକ୍ରି ୩୨% ହ୍ରାସ

ନୂଆଦିଲ୍ଲୀ,୧୨-୯: ଅଟୋ ସେକ୍ଟରକୁ ମାନ୍ଦାବସ୍ଥା ପିଛା ଛାଡ଼ୁନି। ଫଳସ୍ବରୂପ ଗାଡି ବିକ୍ରି କ୍ରମାଗତ ହ୍ରାସ ହୋଇଚାଲିଛି। ଅଗଷ୍ଟରେ ଟାଟା ମୋଟର୍ସର ବିଶ୍ୱ ସ୍ତରରେ ବିକ୍ରି ୩୨% ହ୍ରାସ ପାଇ ୭୨,୪୬୪ ୟୁନିଟରେ ପହଞ୍ଚତ୍ୟାଇଛି।
କମ୍ପାନୀ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଟାଟା ମୋଟର୍ସର ସମସ୍ତ ବାଣିଜି୍ୟକ ବାହନ ଏବଂ ଟାଟା ଡିଉ ରେଞ୍ଜର ହୋଲସେଲ୍‌ ବିକ୍ରି ୪୫% ଅର୍ଥାତ୍‌ ୨୫,୩୬୬କୁ ହ୍ରାସ ପାଇଛି। ଆଲୋଚ୍ୟ ମାସରେ ସମସ୍ତ ପାସେଞ୍ଜର ଗାଡ଼ିର ହୋଲସେଲ୍‌ ଅର୍ଥାତ୍‌ ପାଇକାରୀ ବିକ୍ରି ୪୭,୦୯୮ ୟୁନିଟ ରହିଛି, ଯାହା କି, ପୂର୍ବବର୍ଷର ଏହି ସମୟ ଅପେକ୍ଷା ୨୨ ପ୍ରତିଶତ କମ୍‌। ସମୀକ୍ଷାଧୀନ ମାସରେ ୩୯,୬୧୫ ଜାଗୁଆର ଲ୍ୟାଣ୍ଡ ରୋଭର ହୋଲସେଲ୍‌ ବିକ୍ରି ହୋଇଛି। ଏହି ସମୟରେ ୧୦,୦୯୭ ୟୁନିଟ ଜାଗୁଆର ଏବଂ ୨୯,୫୧୮ ଲ୍ୟାଣ୍ଡରୋଭର ଗାଡ଼ି ବିକ୍ରି କରାଯାଇପାରିଛି। ତେବେ ଅଗଷ୍ଟରେ ଜାଗୁଆର ଲ୍ୟାଣ୍ଡ ରୋଭରର ରିଟେଲ ବିକ୍ରି ୩୪,୧୭୬ ୟୁନିଟ ରହିଛି, ଯାହା କି ପୂର୍ବବର୍ଷର ଏହି ସମୟ ଅପେକ୍ଷା ୬.୭% କମ୍‌ ବୋଲି ବ୍ରିଟିଶ ଅଟୋ ନିର୍ମାତାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ସେହିପରି ଚାଇନାରେ କମ୍ପାନୀର ଏହାର ବିକ୍ରି ପୂର୍ବବର୍ଷ ତୁଳନାରେ ୧୭.୪% ହ୍ରାସ ପାଇଛି। ଅଗଷ୍ଟରେ ଚାଇନାରେ ୯୭୦୨ ୟୁନିଟ ଜାଗୁଆର ବିକ୍ରି ହୋଇଛି, ଯାହା କି, ପୂର୍ବବର୍ଷ ତୁଳନାରେ ୧୭.୮% କମ। ସେହିପରି ଲ୍ୟାଣ୍ଡରୋଭର ବିକ୍ରି ୧.୪% ହ୍ରାସ ପାଇ ୨୪,୪୭୪ ୟୁନିଟ ହୋଇଛି।

Share