Categories: ଖେଳ

ପିଚ୍‌ ଖରାପ ଥିବାରୁ ପ୍ରଥମ ଦିନର ଖେଳ ବାତିଲ

ମେଲବୋର୍ନ,୭।୧୨- ସ୍ଥାନୀୟ ଏମ୍‌ସିଜି ଗ୍ରାଉଣ୍ଡରେ ଭିକ୍ଟୋରିଆ ଓ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଚଳିତ ଶେଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ର ପ୍ରଥମ ଦିନ ବାତିଲ କରାଯାଇଛି। ପିଚ୍‌ ଖେଳିବା ପାଇଁ ଉପଯୋଗୀ ନ ଥିବାରୁ ଫିଲ୍ଡ ଅମ୍ପାୟର ଏଭଳି ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ୪୦ ଓଭର ଖେଳି ୩ ଉଇକେଟ ହରାଇ ୮୯ ରନ୍‌ କରିଥିଲା। ଦୀର୍ଘ ସମୟ ଧରି ଆଲୋଚନା ପରେ ଅମ୍ପାୟର ଫିଲିପ ଗିଲେସ୍ପି ଓ ଜିଓଫ ଜୋସୁଆ ଦୁଇ ଦଳର ଅଧିନାୟକ ପିଟର ହାଣ୍ଡସ୍କମ୍ବ ଓ ଶନ ମାର୍ଶ ଦିନର ଅବଶିଷ୍ଟ ଖେଳ ବାତିଲ କରିଥିଲେ। ଏଥିଯୋଗୁ ରବିବାର ଅଧ ଘଣ୍ଟା ଆଗୁଆ ଖେଳାଯିବ। ଅମ୍ପାୟରଙ୍କ ଏଭଳି ନିଷ୍ପତ୍ତି କାରଣ ଥିଲା ବଲର ଅସମତଳ ବାଉନ୍ସ। ଏହା ବ୍ୟାଟ୍ସମ୍ୟାନଙ୍କ ପ୍ରତି ବିପଦ ସାଜିଥିଲା। ଏଥିନେଇ ଅମ୍ପାୟର ଆବଶ୍ୟକୀୟ ପଦକ୍ଷେପ ନେବାକୁ ଗ୍ରାଉଣ୍ଡ ଅଫିସିଆଲକୁ କହିଛନ୍ତି।

Share