ପିଙ୍କ୍‌ ବୁଥ୍‌ରେ ଉତ୍ସାହ

ଢେଙ୍କାନାଳ ଅଫିସ/କାମାକ୍ଷାନଗର, (ଡି.ଏନ୍‌.ଏ.) ୨୪।୪- ସବୁ କ୍ଷେତ୍ରରେ ପୁରୁଷଙ୍କୁ ପଛରେ ଛାଡ଼ିଦେଲେଣି ମହିଳା। ସଶକ୍ତ ନାରୀ ଏବେ ଦେଶ ପ୍ରଗତିର ସାରଥି। ଗଣତନ୍ତ୍ରର ମହାନ୍‌ ପର୍ବରେ ପ୍ରଥମ ଥର ପରିକଳ୍ପନା କରାଯାଇଥିବା ପିଙ୍କ୍‌ ବୁଥ୍‌ରେ ଦେଖିବାକୁ ମିଳିଛି ଏହାର ଝଲକ। ଏଠାରେ ପୋଲିଂ କର୍ମଚାରୀଙ୍କଠାରୁ ଆରମ୍ଭ କରି ପ୍ରଜାଇଡିଂ ଅଫିସର ଯାଏ ସମସ୍ତ ଅଧିକାରୀ ହେଉଛନ୍ତି ମହିଳା। ଏକଦା ଘରର ଚାରିକାନ୍ଥ ମଧ୍ୟରେ ନିଜକୁ ସୀମାବଦ୍ଧ କରି ରଖିଥିବା ମହିଳାଙ୍କ ନିକଟରେ ନିର୍ବାଚନ ଭଳି ଗୁରୁଦାୟିତ୍ୱକୁ ମଧ୍ୟ ଠିକ୍‌ ଭାବେ ତୁଲାଇପାରିବା କ୍ଷମତା ରହିଛି, ଖାସ୍‌ ଏହି ବାର୍ତ୍ତା ସମାଜରେ ପ୍ରଚାର କରିବା ପିଙ୍କ୍‌ ବୁଥ୍‌ର ଉଦ୍ଦେଶ୍ୟ।

ଢେଙ୍କାନାଳ ମ୍ୟୁନିସିପାଲିଟି ସମେତ ହିନ୍ଦୋଳ, କାମାକ୍ଷାନଗର ଏବଂ ଭୁବନ ଏନ୍‌ଏସିରେ ୪ଟି ପିଙ୍କ୍‌ ବୁଥ କରାଯାଇଥିଲା। ଏଠାରେ ଭୋଟରଙ୍କୁ ଥଣ୍ଡା ପିଇବା ପାଣି ସାଙ୍ଗକୁ ଦହି ସରବତ ବଣ୍ଟାଯିବା ବ୍ୟବସ୍ଥା ହୋଇଥିଲା। ଭୋଟରଙ୍କ ପାଇଁ ଚେୟାର ପଡ଼ିଥିଲା। ବୟସ୍କ ଭୋଟର ଏବଂ ମହିଳାଙ୍କୁ ସହାୟତା କରିବାକୁ ସ୍ବତନ୍ତ୍ର କର୍ମଚାରୀ ନିୟୋଜିତ ହୋଇଥିଲେ। ପ୍ରଥମ ଥର ମତଦାନ କରୁଥିବା ଯୁବ ଭୋଟର ମତଦାନ ସାବ୍ୟସ୍ତ କରିବା ସହ ଏପରି ବ୍ୟବସ୍ଥାର ଭରପୂର ମଜା ଉଠାଇଥିଲେ।

କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ସାରଙ୍ଗଧର ହାଇସ୍କୁଲ ପରିସରରେ ୧୮ନଂ. ମତଦାନ କେନ୍ଦ୍ରକୁ ପିଙ୍କ୍‌ ବୁଥ୍‌ କରାଯାଇଥିଲା। ଏଠାରେ ମତଦାନରେ ୬ଜଣ ମହିଳା କର୍ମଚାରୀ ନିୟୋଜିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ତାରିଖକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୫ା୧୦: ଓଡ଼ିଶାରେ ପାରମ୍ପରିକ ଭାବେ ଗୋଟିଏ ଦିନରେ ପାଳନ କରାଯାଉଥିବା କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାର ତାରିଖକୁ ନେଇ ଚଳିତ ଦ୍ୱନ୍ଦ୍ୱ ଦେଖାଦେଇଛି। କ୍ୟାଲେଣ୍ଡରରେ...

ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ବରଗଡ଼,୫ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜଣାଶୁଣା ରାଜନେତା, ବିରୋଧୀ ଦଳ ଉପନେତା, ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଶୀଳା...

ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର: ସମସ୍ୟାର ତ୍ୱରିତ୍‌ ସମାଧାନ ନିର୍ଦ୍ଦେଶ

ସୋହେଲା,୧୯।୫(ଅଶ୍ବିନୀ ପାତ୍ର):ବରଗଡ ଜିଲା ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।...

କବାଟ ଭାଙ୍ଗି ଘରୁ ସୁନାଗହଣା, ଟଙ୍କା ଚୋରି

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଗୁଡ଼ିଆଗଳି ବାସିନ୍ଦା ସୁଦର୍ଶନ ସାହୁଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୪୦ ହଜାର ଟଙ୍କା ଏବଂ ବହୁ ପରିମାଣର ସୁନାଗହଣା...

ସୌଜନ୍ୟ ବଦଳରେ ସ୍ବଜନ୍ୟ ଲେଖାକୁ ନେଇ ଉଦବେଗ ପ୍ରକାଶ କଲେ ପର୍ଯ୍ୟଟକ

ଦାରିଙ୍ଗବାଡି, ୨୯।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡିଶାର କାଶ୍ମୀର ଭାବେ ବହୁ ପରିଚିତ। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ବୁଲିବାକୁ ଆସୁଛନ୍ତି...

ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ କରିଥିଲେ ହତ୍ୟା: କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ 

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ଥାନା ଅନ୍ତର୍ଗତ ଆଖୁପଦର ଗ୍ରାମର ଗୀତାଞ୍ଜଳୀ ମୁଳିଙ୍କୁ ତାଙ୍କ ସ୍ବାମୀ ରାଜୁ ମୁଳିି ୨୦୨୩ ମସିହା ମେ ମାସ...

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବୋଲେରୋ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ରାଜନଗର,୨୧ା୨( ଭାସ୍କର ରାଉତରାୟ ): ମାଟ୍ରିକ ପିଲାଙ୍କୁ ନେଇ ପରୀକ୍ଷାକେନ୍ଦ୍ରକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ବୋଲେରୋ। ଫଳରେ ବୋଲେରୋରେ ଥିବା ୧୧ ପରୀକ୍ଷାର୍ଥୀ...

ଅଟୋ ଚଲାଇଲେ ମନ୍ତ୍ରୀ, ବସିଲେ ଏମ୍‌ଏଲ୍‌, ଏମ୍‌ପି

ଗଜପତି,୭।୧୧(ଗିରିଧାରୀ ପରିଛା): ଦିନିକିଆ ଗଜପତି ଜିଲା ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ  ଗକୁଳ ମଲ୍ଲିକ। ୨ଦିନ ଧରି ପ୍ରଶାସନିକ ତରଫରୁ ଆୟୋଜିତ ମତ୍ସ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri