Categories: ଖେଳ

ପିଙ୍କ୍‌ ବଲ୍‌ ଟେଷ୍ଟ: କିମ୍ବଦନ୍ତୀ କ୍ରିକେଟରଙ୍କ ଭିଡ ଜମିବ

କୋଲକାତା,୨୦।୧୧(ପି.ଟି.): ଐତିହାସିକ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌। ପିଙ୍କ୍‌ ବଲ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିବେ। ଉଭୟ ଦେଶ ପାଇଁ ଏହା ପ୍ରଥମ ଦିବାରାତ୍ର ଟେଷ୍ଟ ସାବ୍ୟସ୍ତ ହେବ। ଏହି ମ୍ୟାଚ୍‌ ଅବସରରେ ଭାରତ ସଫଳତମ କ୍ରିକେଟରମାନେ ଉପସ୍ଥିତ ରହିବେ। କ୍ରିକେଟ ଆଇକନ ସଚିନ ତେନ୍ଦୁଲକର, କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର, ବିଶ୍ୱକପ୍‌ ବିଜୟୀ ଅଧିନାୟକ କପିଲ ଦେବ, ଅନିଲ କୁମ୍ବଲେ, ରାହୁଲ ଡ୍ରାଭିଡ୍‌ ଏହି ମ୍ୟାଚ୍‌ରେ ଏକାଠି ହେବେ। ଏହି ଟେଷ୍ଟ ସମସ୍ତଙ୍କ ମନରେ ସ୍ମୃତି ହୋଇ ରହିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ଟି ଟାଇମ୍‌ରେ ଗାଡିରେ ଏହି ପୂର୍ବତନ ଅଧିନାୟକମାନେ ଷ୍ଟାଡିୟମ ପରିକ୍ରମା କରିବେ ବୋଲି ଗାଙ୍ଗୁଲି କହିଛନ୍ତି। ଖେଳ ଶେଷରେ ଉଭୟ ଦଳର ଖେଳାଳି, ପୂର୍ବତନ ଅଧିନାୟକମାନେ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେବେ।

Share