Categories: ଜାତୀୟ

‘ପିଓକେ’ରେ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୪ା୮(ପି.ଟି.): ଭାରୀତୀୟ ସେନା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ପାଖାପାଖି ୩୦ କିମି ଭିତରେ ପ୍ରବେଶ କରି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିଛି। ସେନାର ଏହି କାର୍ଯ୍ୟାନୁଷ୍ଠାନରେ ନୀଲମ୍‌ ଝେଲମ୍‌ ଜଳବିଦ୍ୟୁତ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ଏଥିସହିତ ଏନ୍‌ଜେଏଚ୍‌ପି ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସେପଟେ ଭାରତ ‘ପିଓକେ’ରେ ପଶି କ୍ଲଷ୍ଟର ବୋମା ବ୍ୟବହାର କରି ଜାତିସଂଘ ନିୟମ ଉଲ୍ଲଂଘନ କରିଥିବା ପାକିସ୍ତାନ ଅଭିଯୋଗ କରିଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଲ୍ୟାଣ୍ଡମାଇନ ଠାବ ହେବା ପରେ ସରକାର ଅମରନାଥ ଯାତ୍ରା ସ୍ଥଗିତ ରଖିବା ସହ ଯାତ୍ରୀମାନଙ୍କୁ ଫେରିଯିବା ଲାଗି ଆଡଭାଇଜରି ଜାରି କରିଥିଲେ। ଏହା ପରେ ସେନାବାହିନୀ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Share