ପିଏସ୍‌ ବିରଞ୍ଚି ସାହୁ ନିଲମ୍ବିତ

ଭୁବନେଶ୍ୱର,୨।୮(ବ୍ୟୁରୋ): ବିପୁଳ ପରିମାଣର ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ପିଏସ ବିରଞ୍ଚି ସାହୁଙ୍କୁ ନିଲମ୍ବନ କରାଯାଇଛି। ତାଙ୍କୁ ଷ୍ଟାଫ ସିଲେକ୍ସନ କମିଶନ ନିଲମ୍ବନ କରିଛନ୍ତି। ।
ସୂଚନାଯୋଗ୍ୟ, ଚଢ଼ାଉ ସମୟରେ ତାଙ୍କ ନିକଟରୁ ମୋଟ ୩ କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ସେଥିମଧ୍ୟରୁ ୩ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କା ଆୟବହିର୍ଭୂତ ସମ୍ପତ୍ତି । ଯାହା ତାଙ୍କ ପ୍ରକୃତ ଆୟଠାରୁ ୨୬୮ ପ୍ରତିଶତ ଅଧିକ । ଗତ ୩୧ ତାରିଖରେ ବିରଞ୍ଚିଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଥିଲା । ଜାମିନ ଆବେଦନ ଖାରଜ ହେବାରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ତାଙ୍କ ସ୍ତ୍ରୀ ଓ ଶଳାଙ୍କ ନାଁରେ ମାମଲା ରୁଜୁ ହୋଇଛି।