Categories: ଖେଳ

ପିଏସ୍‌ଜି ସହ ଚୁକ୍ତି ବଢ଼ାଇଲେ ଫର୍‌ମିଗା

ପ୍ୟାରିସ୍‌,୭।୫(ଏଏଫ୍‌ପି): ବ୍ରାଜିଲର ଅଭିଜ୍ଞ ମହିଳା ଫୁଟବଲର ଫର୍‌ମିଗା ଜଣାଶୁଣା କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜି) ସହିତ ତାଙ୍କର ଚୁକ୍ତି ବୃଦ୍ଧି କରିଛନ୍ତି। ୪୨ ବର୍ଷୀୟା ଏହି ତାରକା ମିଡ୍‌ଫିଲ୍ଡର ପିଏସ୍‌ଜି ମହିଳା ଦଳ ସହ ଆଉ ଗୋଟିଏ ବର୍ଷ ପାଇଁ ଚୁକ୍ତି ବଢାଇଛନ୍ତି। ବ୍ରାଜିଲ ପାଇଁ ସେ ରେକର୍ଡ ୧୯୮ଟି ମ୍ୟାଚ୍‌ ଖେଳିଛନ୍ତି। ଏବେ ସେ ୨୦୨୧ ପର୍ଯ୍ୟନ୍ତ ପ୍ୟାରିସ୍‌ରେ ରହିବା ସ୍ପଷ୍ଟ ହୋଇଛି। ଟୋକିଓ ଅଲିମ୍ପିକ୍ସ ଖେଳି ସେ କ୍ୟାରିୟର ଶେଷ କରିବାକୁ ଚାହାନ୍ତି। ତେବେ କରୋନା ଭାଇରସ୍‌ ମହାମାରୀ କାରଣରୁ ଅଲିମ୍ପିକ୍‌ ଗୋଟିଏ ବର୍ଷ ଘୁଞ୍ଚିଯାଇଥିବାରୁ ଅଲିମ୍ପିକ୍‌ ଖେଳିବାକୁ ତାଙ୍କୁ ଆହୁରି ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିବ। ଫର୍‌ମିଗା ଏପର୍ଯ୍ୟନ୍ତ ୭ଟି ବିଶ୍ୱକପ୍‌ ଓ ୬ଟି ଅଲିମ୍ପିକ୍ସ ଖେଳିଛନ୍ତି। ୨୦୧୭ରେ ସେ ବ୍ରାଜିଲ କ୍ଲବ ସାଓ ଜୋସ ଛାଡି ପିଏସ୍‌ଜିରେ ଯୋଗ ଦେଇଥିଲେ। ଫ୍ରାନ୍ସ ଫରଓ୍ବାର୍ଡ କାଡିଡିଆଟୋଉ ଡିଆନି ଓ ଡେନମାର୍କ ତାରକା ନାଡିଆ ନାଡିମ୍‌ ପିଏସ୍‌ଜି ସହିତ କିଛିଦିନ ତଳେ ଚୁକ୍ତି ନବୀକରଣ କରିଛନ୍ତି।

Share