ପିଏମ୍ କେୟାର୍ସ ଫଣ୍ଡକୁ ୧୧ ଲକ୍ଷ ଟଙ୍କା ଦେଲା ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ

ଅଯୋଧ୍ୟା,୬ ।୪: କରୋନା ଭାଇସର ସହ ଲଢିବାକୁ ସମସ୍ତେ ଯେମିତି ପ୍ରସ୍ତୁତ ହେଉଛନ୍ତି । ଏ କ୍ଷେତ୍ରରେ ଏବେ ସହାୟତାର ହାତ ବଢାଇଛି ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ । କରୋନା ମୁକାବିଲା ପାଇଁ ଏହି ଟ୍ରଷ୍ଟ ସୋମବାର ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ୧୧ ଲକ୍ଷ ଟଙ୍କା ଦାନ କରିଛି । ସୂଚନାଯୋଗ୍ୟ, ଅୟୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇର୍ ସୁପ୍ରିମକୋର୍ଟ ରାୟ ଦେବା ପରେ ଏହି ଟ୍ରଷ୍ଟକୁ ରାମ ମନ୍ଦିର ନିର୍ମାଣ କରିବାର ଦାୟିତ୍ୱ ଦିଆଯାଇଛି । ଆଉ ଏପଟେ ଦେଶରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପଣ୍ଡକୁ ସବୁଆଡୁ ସହଯୋଗ ଆର୍ଥିକ ମିଳୁଛି ।

Share