Categories: ଜାତୀୟ

ପିଏମ୍‌ କେୟାର୍ସ ଫଣ୍ଡକୁ ନେଇ ସୋନିଆଙ୍କ ନାଁରେ ଦାଖଲ ହେଲା ଏଫ୍‌ଆଇଆର୍‌

ବେଙ୍ଗାଲୁରୁ,୨୧।୫: ଦେଶ ଏବେ କରୋନା ମହାମାରୀ ସହ ଲଢୁଥିବା ବେଳେ ଭାରତୀୟ ଜନତା ପାର୍ଟି (ଭାଜପା) ଓ କଂଗ୍ରେସ ମଧ୍ୟରେ ଲାଗିଛି ରାଜନୈତିକ ଟଣାଓଟରା। ଇତିମଧ୍ୟରେ କର୍ନାଟକର ଶିବାମୁଗା ଜିଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନାଁରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି। ଏଥିରେ ଅଭିଯୋଗ କରାଯାଇଛି କି କଂଗ୍ରେସ ଦଳ ପିଏମ୍‌ କେୟାର୍ସ ଫଣ୍ଡକୁ ନେଇ ସୋସିଆଲ ମିଡିଆରେ ଭୁଲ୍‌ ତଥ୍ୟ ଦେଇଛି। ତେବେ ମେ’୧୧ରେ କଂଗ୍ରେସ ପାର୍ଟି ପକ୍ଷରୁ ପିଏମ୍‌ କେୟାର୍ସ ଫଣ୍ଡକୁ ନେଇ ଭୁଲ୍‌ ତଥ୍ୟ ଦିଆଯିବା ସହ ସରକାରଙ୍କ ଉପରେ ମିଥ୍ୟା ଆରୋପ ଲଗାଯାଇଛି ବୋଲି କୁହାଯାଇଛି। ପ୍ରବିଣ ନାମକ ଜାଣେ ସ୍ଥାନୀୟ ଓକିଲ ଏହି ଏଫ୍‌ଆଇଆର୍‌ ଦାଖଲ କରିଛନ୍ତି। ଏଥିରେ ସେ ସୋନିଆ ଗାନ୍ଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ପରଠାରୁ ଭାଜପା ସରକାର ଉପରେ କଂଗ୍ରେସ ଟାର୍ଗେଟ କରି ଚାଲିଛି।

Share