ପିଇବା ପାଣି ଯୋଗାଣକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସହରାଞ୍ଚଳକୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ। ମଙ୍ଗଳବାର ପଶ୍ନୋତ୍ତରବେଳେ ଏହି ସୂଚନା ଦେଇଛନ୍ତି ପଞ୍ଜାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ରାଜ୍ୟରେ କେତୋଟି ଗ୍ରାମକୁ ପାଇପ୍‌ ପାଣି ଯୋଗାଇ ଦିଆଯାଇଛି। କୋରାପୁଟ ଜିଲାରେ କେତେ ଗ୍ରାମରେ ଯୋଗାଇ ଦିଆଯିବାର ବ୍ୟବସ୍ଥା ହେଉଛି। ଏହି ଜିଲାର ବହୁ ପ୍ରକଳ୍ପ ଅଚଳ ହୋଇପଡିଛି କି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟରେ ୪୭ ହଜାର ୩୬୬ଗ୍ରାମରୁ ୧୯ ହଜାର ୫୦୪ଟି ଗ୍ରାମକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇଦିଆଯାଉଛି। କୋରାପୁଟ ଜିଲାର ୧ ହଜାର ୯୩୨ ଗ୍ରାମରୁ ୫୪୮ ଗ୍ରାମକୁ ପାନୀୟ ଜଳ ଯୋଗାଇଦିଆଯାଉଛି। ଏହି ଜିଲାର ୯୧ଟି ଗ୍ରାମକୁ ଏକକ ପାନୀୟ ଜଳ ଯୋଗାଣ ମାଧ୍ୟମରେ ଏବଂ ୨୫୭ଟି ଗ୍ରାମକୁ ବୃହତ୍‌ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ଜଳ ଯୋଗାଣ ବ୍ୟବସ୍ଥା ହେଉଛି। କୋରାପୁଟରେ ୪୯୧ଟି ପ୍ରକଳ୍ପ ମଧ୍ୟରେ ୭ଟି ସାମୟିକ ଭାବେ ଅଚଳ ରହିଛି। ଏହାକୁ ମରାମିତି କରାଯିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ। ଅତିରିକ୍ତ ପ୍ରଶ୍ନରେ ତାରା କହିଥିଲେ ଯେ, ରାଜ୍ୟରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ପାଇପ୍‌ ଯୋଗେ ପାନୀୟ ଜଳ ପ୍ରଳ୍ପ ଅଚଳ ରହିଛି। ଯେଉଁ ତଥ୍ୟ ଦିଆଯାଇଛି ତାହା ସମ୍ପୂର୍ଣ୍ଣ ଅସତ୍ୟ। ବିଭାଗ ପକ୍ଷରୁ ଏକ ଟିମ୍‌ ପଠାଇ ପରିସ୍ଥିତି ଦେଖିବେ କି। ଖରାପ ହୋଇଥିବା ନଳକୂପ ସଜାଡିବା ପାଇଁ ବ୍ୟବସ୍ଥା କରିବେ କି ବୋଲି ପ୍ରଶ୍ନ କରିଥିଲେ। ସେହିପରି କଂଗ୍ରେସ ସଭ୍ୟ ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ବିଜେଡି ସଭ୍ୟ ପ୍ରଦୀପ ମହାରଥୀ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ, କୁସୁମ ଟେଟେ ପ୍ରମୁଖ ରାଜ୍ୟର ପାନୀୟ ଜଳ ଯୋଗାଣକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ। ଯେତେବେଳେ ପ୍ରଶ୍ନ କରାଯାଉଛି ମନ୍ତ୍ରୀ ଚିରାଚରିତ ଢଙ୍ଗରେ ତୁରନ୍ତ ମରାମତି କରାଯିବ ବୋଲି କହୁଛନ୍ତି। ୪୭ ହଜାର ଗାଁରୁ ମାତ୍ର ୧୯ ହଜାର ଗାଁକୁ ପାନୀୟ cଜଳ ଯୋଗାଇ ଦିଆଯାଇଛି। ଅବଶିଷ୍ଟ ଗାଁକୁ କେବେ ସୁଦ୍ଧା ପାନୀୟ ଜଳ ଯୋଗାଣ କରାଯିବ। ପ୍ରତାବ ବାବୁ ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଛନ୍ତି। ନବୀନ ବାବୁଙ୍କ ନାଁ ନେଇ ଖସିଯିବାକୁ ଚେଷ୍ଟା ନକରନ୍ତୁ। ୨୦୨୦ ସୁଦ୍ଧା ସମସ୍ତଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ମନ୍ତ୍ରୀ ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ କେତେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କେତେ ଟଙ୍କା ଯୋଗାଇ ଦେଉଛନ୍ତି। ସୌରଶକ୍ତିଚାଳିତ ପ୍ରକଳ୍ପ ଗୁଡିକ ଅଚଳ ହୋଇପଡିଛି। ସେଗୁଡିକୁ କେବେ ସୁଦ୍ଧା ମରାମତି କରାଯିବ। ନଳକୂପ ମରାମତି କରୁଥିବା କର୍ମଚାରୀମାନେ ସେମାନଙ୍କ ପାଉଣା ପାଉନାହାନ୍ତି। କେବେ ସୁଦ୍ଧା ସେମାନଙ୍କୁ ପାଉଣା ମିଳିବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ପାନୀୟ ଜଳ ଯୋଗାଣକୁ ନେଇ ଶାସକ ଏବଂ ବିରୋଧୀ ଦଳର ସଦସ୍ୟମାନେ ଗଭୀର ଉଦବେଗ ପ୍ରକାଶ କରିଥିଲେ। ବାଚସ୍ପତି କହିଥିଲେ ଯେ, ସଦସ୍ୟମାନେ ନିଜ ଅଞ୍ଚଳର ସମସ୍ୟା ଲିଖିତ ଭାବେ ମନ୍ତ୍ରୀଙ୍କୁ ଦେଇଦିଅନ୍ତୁ। ମନ୍ତ୍ରୀ ଉତ୍ତରରେ କହିଥିଲେ ଯେ, ୨୦୨୦ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ନୁହେଁ, ସହରକୁ ପାଣି ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହା ଅନୁଯାୟୀ କାର୍ଯ୍ୟ ଚାଲିଛି। ପାନୀୟ ଜଳ ଯୋଗାଣ ପାଇଁ ଯେତିକି ପ୍ରକଳ୍ପ କାର୍ଯ୍ୟ ଚାଲିଛି। ରାଜ୍ୟର ୬୫ ପ୍ରତିଶତ ଲୋକଙ୍କୁ ପାଇପ୍‌ ଯୋଗେ ପିଇବା ପାଣି ମିଳିପାରିବ। କେନ୍ଦ୍ର ସରକାରଙ୍କ ଅନୁଦାନ ଅତ୍ୟନ୍ତ ନୈରାଶଜନକ ରହିଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ନିଜ ଅଂଶଧନ ବାବଦରେ ୭ ହଜାର ୨୨୧ କୋଟି ଟଙ୍କା ଦେଇଥିବାବେଳେ କେନ୍ଦ୍ର ସରକାର ମାତ୍ର ୫୪୯ କୋଟି ଟଙ୍କା ଦେଇଛନ୍ତି। ୨୦୧୫-୧୬ ରାଜ୍ୟ ସରକାର ୬୬୮କୋଟି ଟଙ୍କା ପାନୀୟ ଜଳ ପ୍ରକଳ୍ପ ପାଇଁ ଦେଇଥିବାବେଳେ କେନ୍ଦ୍ର ସରକାର ୯୩ କୋଟି, ୨୦୧୬-୧୭ ରାଜ୍ୟ ସରକାର ୭୫୨ ଓ କେନ୍ଦ୍ର ସରକାର ୧୨୨, ୨୦୧୭-୧୮ ରାଜ୍ୟ ସରକାର ୮୭୭ ଓ କେନ୍ଦ୍ର ସରକାର କେବଳ ୭୮ ଏବଂ ୨୦୧୮-୧୯ରେ ରାଜ୍ୟ ସରକାର ୧୬୫୬ କେନ୍ଦ୍ର ସରକାର ୧୧୫ କୋଟି ଟଙ୍କା ଅନୁଦାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri