Categories: ଖେଳ

ପିଇବା ପାଣିରେ କାର୍‌ ଧୋଇ ଦଣ୍ଡିତ କୋହଲି

ନୂଆଦିଲ୍ଲୀ, ୮ା୬- ପିଇବା ପାଣି ନଷ୍ଟ କରିବାରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଜରିମାନା ଦେବାକୁ ପଡ଼ିଛିି। ଗୁରୁଗ୍ରାମସ୍ଥିତ ବାସଭବନ ଡିଏଲ୍‌ଏଫ୍‌ ଫେଜ ଓ୍ବାନରେ ପାଇପ୍‌ ଯୋଗେ କାର ଧୋଇଥିଲେ। ତାଙ୍କୁ ଜରିମାନା ବାବଦକୁ ୫୦୦ ଟଙ୍କା ଦେବାକୁ ପଡ଼ିଛି। ଏ ନେଇ ଗୁରୁଗ୍ରାମ ମ୍ୟୁନିସିପାଲିଟି କର୍ପୋରେଶନ ସୂଚନା ଦେଇଛି। ଉଲ୍ଲେଖଥାଉ କି, ଗୁରୁଗ୍ରାମରେ କେନାଲ ଦ୍ୱାରା ଜଳ ଯୋଗାଣ କରାଯାଏ। ଏଣୁ ଜଳର କ୍ଷୟ ଏଠାରେ ସବୁଠୁ ବଡ଼ ସମସ୍ୟା। ଏହାକୁ ରୋକିବା ପାଇଁ କିଛି ଦଳ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛନ୍ତି। ଆମେ ସର୍ବଦା ସହରବାସୀଙ୍କୁ ପାନୀୟ ଜଳ ସାବଧାନତାର ସହ ବ୍ୟବହାର କରିବାକୁ ପରାମର୍ଶ ଦେଉଛୁ। ଆବଶ୍ୟକ ସ୍ଥଳେ ପାଇପ ବଦଳରେ ବାଲ୍ଟି ବ୍ୟବହାର କରିବାକୁ କହିଛୁ। କେବଳ କୋହଲିଙ୍କ ଜରିମାନା ଏକମାତ୍ର ଉଦାହରଣ ନୁହେଁ। ବଗିଚାରେ ପାଣି ଦେଉଥିବା ବହୁ ଲୋକଙ୍କୁ ଜରିମାନା ଦେବାକୁ ପଡ଼ିଛି ବୋଲି ଗୁରୁଗ୍ରାମ ପାନୀୟ ଜଳ ଯୋଗାଣ ବିଭାଗୀୟ କର୍ମକର୍ତ୍ତା କହିଛନ୍ତି।

Share