ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସରପଞ୍ଚଙ୍କ ସ୍ବାମୀ ସମେତ ୫ଜଣଙ୍କୁ ଜେରା,ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଭାଜପା ମହିଳା ମୋର୍ଚ୍ଚା,କଂଗ୍ରେସ

ଧର୍ମଶାଳା,୧୮।୧୦(ଡି.ଏନ୍‌.ଏ.):  ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁରର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ବୁଧବାର ସନ୍ଦେହଜନକ ମୃତ୍ୟୁ ଘଟଣାରେ ଧର୍ମଶାଳା ପୋଲିସ ଗୁରୁବାର ସରପଞ୍ଚଙ୍କ ସ୍ବାମୀ ରୁପେଶ ଭଦ୍ରଙ୍କ ସମେତ ୫ଜଣଙ୍କୁ ଥାନାକୁ ଡକାଇ ପଚରାଉଚରା ଜାରି ରଖିଛି। କିଭଳି ଓ କେଉଁ ପରିସ୍ଥିତିରେ ପିଇଓ ସ୍ମିତାରାଣୀ ସରପଞ୍ଚଙ୍କ ଗେଷ୍ଟ ହାଉସକୁ ଖାଇବାକୁ ଯାଇଥିବାବେଳେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ, ସେନେଇ ପୋଲିସ ଖୋଳ ତାଡ଼ କରୁଛି। ଏପରି କି ଏକ ୩ଜଣିଆ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଅପରପକ୍ଷରେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ଉଭୟ ଭାଜପା ଜିଲା ମହିଳା ମୋର୍ଚ୍ଚା ଏବଂ କଂଗ୍ରେସ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।
ପ୍ରକାଶ ଯେ, ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବୁଧବାର ସରପଞ୍ଚ ମଧୁସ୍ମିତା ଭଦ୍ର ଏବଂ ଅନ୍ୟମାନଙ୍କ ସହ ଚାରିବାଟିଆ ଓ ସୁଭଦ୍ରାପୁର ଗ୍ରାମକୁ ଭତ୍ତା ଟଙ୍କା ବାଣ୍ଟିବାକୁ ଯାଇଥିଲେ। ସେଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଫେରିବା ପରେ ନିକଟରେ ଥିବା ସରପଞ୍ଚଙ୍କ ଗେଷ୍ଟ ହାଉସକୁ ମଧ୍ୟାହ୍ନଭୋଜନ କରିବାକୁ ଯାଇଥିଲେ। ସାଙ୍ଗରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଓ ଅନ୍ୟକିଛି ସହଯୋଗୀ ଥିଲେ। ତେବେ ମଧ୍ୟାହ୍ନଭୋଜନ ପୂର୍ବରୁ ସ୍ମିତାରାଣୀ ବାଥ୍‌ରୁମ୍‌କୁ ଯିବାକୁ କହି ଉପର ମହଲାକୁ ଯାଇଥିଲେ। ସେଠାରେ ସେ ଏକ କୋଠରିର ଫ୍ୟାନ୍‌ରେ ନିଜ ଓଢ଼ଣିରେ ଦଉଡ଼ି ଦେଇଥିଲେ। ଏହା ଜଣାପଡ଼ିବା ପରେ ରୂପେଶ ଓ ଅନ୍ୟମାନେ କବାଟ ଭାଙ୍ଗି ତାଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରି କି ଏହି ଘଟଣା ସମ୍ପର୍କରେ ରୂପେଶ ପିଇଓ ସ୍ମିତାରାଣୀଙ୍କ ବାପାଙ୍କୁ ଖବର ଦେଇଥିଲେ। ତେବେ ଅଫିସ କାର୍ଯ୍ୟରେ ଯାଇଥିବା ଜଣେ ଅଧିକାରିଣୀ ଖାଇବାକୁ ଯାଇ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ବିଭିନ୍ନ ଆଲୋଚନା ହେଉଛି। ଗୁରୁବାର ଧର୍ମଶାଳା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ମୋନାଲିସା ଦାଶଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଧର୍ମଶାଳା ଥାନାରେ ପହଞ୍ଚତ୍ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସେହିପରି ଧର୍ମଶାଳା କଂଗ୍ରେସ ପକ୍ଷରୁ କିଷାନ ପଣ୍ଡାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଧର୍ମଶାଳା ଥାନାରେ ପହଞ୍ଚି ପିଇଓ ଅଫିସ କାର୍ଯ୍ୟରେ ଯାଇ ସରପଞ୍ଚ ସ୍ବାମୀଙ୍କ ଗେଷ୍ଟହାଉସରେ ଆତ୍ମହତ୍ୟା କରିବାକୁ ସାଧାରଣରେ ଗ୍ରହଣ କରିପାରୁ ନ ଥିବା ସୂଚନା ଦେବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଅପରପକ୍ଷରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଯାଜପୁର ଏସ୍‌ପି ଚରଣ ସିଂ ମିନା ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଯାଜପୁର ଏସଡିପିଓ କେଦାରନାଥ ସାହୁ ଧର୍ମଶାଳା ଥାନାରେ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିବା ସହ ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କ ୪ସହଯୋଗୀଙ୍କୁ ଥାନାକୁ ଡକାଇ ଘଟଣା ସମ୍ପର୍କରେ ପଚରାଉଚରା କରିଛନ୍ତି। ଘଟଣା ସମ୍ପର୍କରେ ଏସଡିପିଓ ସାହୁଙ୍କୁ ପଚାରିବାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଏପରି କି ପାରିପାର୍ଶ୍ୱିକ ସ୍ଥିତିକୁ ଗୁରୁତ୍ୱ ଦିଆଯାଇ ପଚରାଉଚରା ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସି ନ ଥିବାରୁ ଏହା ଆତ୍ମହତ୍ୟା କି ହତ୍ୟା ସ୍ପଷ୍ଟ ହୋଇ ନାହିଁ । ଏହି ଘଟଣାରେ କାହାରି ସମ୍ପୃକ୍ତି ଥିବା ଜଣାପଡ଼ିଲେ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାହୁ କହିଛନ୍ତି। ଅପରପକ୍ଷରେ ଗୁରୁବାର ବ୍ୟବଚ୍ଛେଦ ପରେ ସ୍ମିତାରାଣୀଙ୍କ ମୃତଦେହକୁ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ପରିସରକୁ ଅଣାଯାଇଥିଲା। ଏଠାରେ ବିଡିଓ ହେମନ୍ତ ସ୍ବାଇଁ ସମେତ ଅନ୍ୟ କର୍ମଚାରୀମାନେ ଶବାଧାରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ତାଙ୍କ ଶାଶୁଘର ଭୁବନପୁର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri