ପିଆଜ ବଢ଼ାଏ ସୌନ୍ଦର୍ଯ୍ୟ: ଏପରି କରନ୍ତୁ ବ୍ୟବହାର

ପିଆଜର ଅନେକ ଉପକାରୀ ଗୁଣ ରହିଛି। ଅଧିକାଂଶ ମାସକୁ ଥରେ ପାର୍ଲର ଯାଉଥିବା ବେଳେ ଅନେକ ବିୟ୍ୟୁଟି ଟିପ୍ସର ବ୍ୟବହାର କରିଥାନ୍ତି। ଯାହା ଅନେକାଂଶ ସମୟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ। ମାତ୍ର ପିଆଜର ବ୍ୟବହାରରେ ତ୍ୱଚା ଉଜ୍ଜ୍ୱଳ ହେବା ସହ ସେପରି କିଛି ସମସ୍ୟା ଦେଖାଯାଇ ନ ଥାଏ। ଏଥିରେ ଭିଟାମିନ୍‌ , ଆଣ୍ଟି – ଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟରିଆଲ, ଆଣ୍ଟି ସେଫ୍ଟି, ଆଣ୍ଟି ଇମ୍ଫ୍ଲେମେଟାରୀ ଗୁଣ ରହିଛି, ଯାହା ତ୍ୱଚା ସମସ୍ୟାକୁ ଦୂର କରିଥାଏ।

ଏପରି କରିବେ ବ୍ୟବହାର:

ପିଆଜରୁ ରସ ବାହାର କରି ଚେହେରାରେ ଲଗାଇ ହାଲ୍‌କା ଭାବରେ ମାଲିସ କରନ୍ତୁ। ପରେ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ପରେ ଥଣ୍ଡାପାଣିରେ ମୁହଁ ଧୋଇ ଦିଅନ୍ତୁ । ଏପରି କିଛି ଦିନ କରିବା ପରେ ଆପଣ ସଫା ଦେଖାଯିବା ସହ ମୁହଁ ଉଜ୍ଜ୍ୱଳ ଦିଶିଥାଏ।

ବ୍ରଣ ସମସ୍ୟା ଥିଲେ ପିଆଜ ରସରେ କିଛି ଅଲିଭ୍‌ ଅଏଲ ମିଶାଇ ଲଗାନ୍ତୁ। ଦେଖିବେ କିଛିଦିନ ପରେ ଏହି ସମସ୍ୟା ଦୂର ହୋଇଯିବ।

ତିଳ ଚିହ୍ନ ବା କଳାଯାଇ ମୁହଁରେ ହେଲେ ମୁହଁ ସୁନ୍ଦର ଲାଗୁଥିବା ବେଳେ ଅଧିକ ମାତ୍ରାରେ କଳାଯାଇ ଚିନ୍ତାର କାରଣ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ପିଆଜ ପେଷ୍ଟକୁ ତୁଳସୀ ପତ୍ର ସାହାଯ୍ୟରେ ମୁହଁରେ ଲଗାନ୍ତୁ। କିଛି ସମୟ ରଖି ଧୋଇ ଦିଅନ୍ତୁ ଦେଖିବେ ଏହି ସମସ୍ୟା ଦୂର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri