ପିଆଜ ଟ୍ରକରେ ଗଞ୍ଜେଇ ଚାଲାଣ

ଲମତାପୁଟ/ଜୟପୁର ,୧୪ା୬ (ଡି.ଏନ.ଏ )- କୋରାପୁଟ ଜିଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଲମତାପୁଟ ଫାଣ୍ଡି ପକ୍ଷରୁ ରବିବାର ପୂର୍ବାହ୍ନରେ ପାଟ୍ରୋଲିଂ ବେଳେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ଏକ ମିନି ଟ୍ରକ (କେଏଲ ୪୬ ଆର-୩୦୯୫)କୁ ଜବତ କରାଯାଇଛି। ଏଥିରେ ପିଆଜ ବୋଝେଇ ହୋଇ ଜଲାପୁଟରୁ ଲମତାପୁଟ ଆସୁଥିଲା। ଶଗର ଗ୍ରାମ ଛକଠାରେ ପାଟ୍ରୋଲିଂ କରୁଥିବା ପୋଲିସର ସନ୍ଦେହ ହେବାରୁ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ମିନି ଟ୍ରକରୁ ୨୦ଟି ପଲିଥିନ ବସ୍ତାରେ ରଖାଯାଇଥିବା ଗଞ୍ଜେଇ ଜବତ କରାଯାଇଥିଲା ବୋଲି ଫାଣ୍ଡି ଅଧିକାରୀ ମନୁଆ ବିଡିକା କହିଛନ୍ତି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି। ଉକ୍ତ ଗଞ୍ଜେଇକୁ ସେମିଳିଗୁଡା ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଥିଲା। ଖବର ଲେଖା ହେବା ସୁଦ୍ଧା ଜବତ ଗଞ୍ଜେଇ ଓଜନ ହୋଇ ନ ଥିବାରୁ ଏହାର ପରିମାଣ ଜଣାପଡି ନ ଥିବା ପୋଲିସ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ହଠାତ୍‌ ପେଟବ୍ୟଥା ହୋଇ ଅସୁସ୍ଥ ହୋଇପଡିଲେ ୩୫ ଛାତ୍ରୀଛାତ୍ର: ହସ୍ପିଟାଲରେ ଭର୍ତ୍ତି କଲେ କର୍ତ୍ତୃପକ୍ଷ

ବୈପାରୀଗୁଡା,୨।୧୨(କଳ୍ପତରୁ ମହାନ୍ତି): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଶୀରିବେଡା ପିଏମଶ୍ରୀ ସରକାରୀ ସ୍କୁଲ ହଷ୍ଟେଲର ୩୫ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ହଠାତ୍‌...

ଛାତ୍ରବାସକୁ ଫେରିଲେ ନିଖୋଜ ୨୦ ଛାତ୍ର: ଜାଣନ୍ତୁ ଯାଇଥିଲେ କୁଆଡ଼େ

କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ନିଖୋଜ ୨୦ ଛାତ୍ର ପୁଣି ଫେରିଛନ୍ତି। ସମସ୍ତେ ନିକଟସ୍ତ ପଣ୍ଡି ପିକନିକ ସ୍ପଟକୁ ଯାଇଥିଲେ...

ବିଦ୍ୟାଳୟରୁ ୨୦ ଛାତ୍ର କୁଆଡ଼େ ଉଭାନ: ଚିନ୍ତାରେ ଅଭିଭାବକ

କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ୨୦ ଛାତ୍ର ନିଖୋଜ। ଆଜି ସକାଳୁ ପ୍ରଥମରୁ ପଞ୍ଚମ ର ୨୦ ଜଣ ଛାତ୍ର...

କାର୍ଯ୍ୟରେ ଯୋଗଦେଲେ କୋରାପୁଟ ନୂତନ ଏସଡିପିଆରଓ

କୋରାପୁଟ,୨୮।୧୧(ଅମିତାଭ ବେହେରା): କୋରାପୁଟର ନୂତନ ଏସ୍‌ଡିପିଆରଓ ଭାବେ ରାଧାରାଣୀ ସରକାର ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟସ୍ଥିତ ଜିଲା ସୂଚନା ଓ ଲୋକସମ୍ପର୍କ...

ଓଭରଟେକ୍‌ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା: କାର୍‌ ଚୁରମାର, ଡ୍ରାଇଭର…

କୋରାପୁଟ,୨୫।୧୧(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠରେ ଥିବା ଲାଣ୍ଡିଗୁଡାସ୍ଥିତ ଡିଏଭି ମହାବିଦ୍ୟାଳୟ ନିକଟରେ ଥିବା ୨୬ ନଂ ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି।...

କୋରାପୁଟରେ ହେବ ଜିଲା ସଂସ୍କୃତି ଭବନ

କୋରାପୁଟ,୨୧।୧୧(ଅମିତାଭ ବେହେରା): କୋରାପୁଟ ସହରର ଭବାନୀନଗରଠାରେ ୧୦ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଜିଲା ସଂସ୍କୃତି ଭବନ ଓ କାର୍ଯ୍ୟାଳୟ ନିର୍ମାଣ କରାଯିବ।...

ଇକୋ ରିଟ୍ରିଟ୍‌ ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ, ପର୍ଯ୍ୟଟକ ପାଇବେ ଏସବୁ ସୁବିଧା

କୋରାପୁଟ,୧୫ା୧୧(ଅମିତାଭ ବେହେରା): କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତସ୍ଥିତ ପୁଟସିଲଠାରେ ଶନିବାର ଇକୋ ରିଟ୍ରିଟ୍‌ ୨୦୨୫ର ଆଭାସୀ ମାଧ୍ୟମରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri