ପାହାଡ଼ ପାଦଦେଶରେ ପୂଜା ପାଉଛନ୍ତି ମା’ଗଡ଼ଚଣ୍ଡୀ

ହାଟଡିହୀ, ୨।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକରେ ଅବସ୍ଥିତ ମା’ ଗଡଚଣ୍ଡୀଙ୍କ ମନ୍ଦିର। ସାକ୍ଷାତ ଦେବୀ ରୂପେ ମା’ ଗଡଚଣ୍ଡୀ କେଉଁ ଆବହମାନ କାଳରୁ ପୂଜା ପାଇଆସୁଛନ୍ତି। ୧୯୯୮ ମସିହାରେ ଓଡିଶା ଟୁରିଜମ୍‌ ବିଭାଗ ତରଫରୁ ଗଡଚଣ୍ଡୀ ପୀଠକୁ ପର୍ଯ୍ୟଟନ କେନ୍ଦ୍ର ଭାବେ ମାନ୍ୟତା ଦିଆଯାଇଥିଲା ା ୧୯୮୫ ମସିହାରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା। କିମ୍ବଦନ୍ତୀ ଅନୁଯାୟୀ ମା’ ପାହାଡର ଊର୍ଦ୍ଧ୍ୱଭାଗରେ ପ୍ରାୟ ୨ କି.ମି. ଉଚ୍ଚରେ ଆବହମାନ କାଳରୁ ପୂଜା ପାଇ ଆସୁଥିଲେ ା ଏକଦା ଦେହୁରୀ ମା’ ଙ୍କ ପୂଜା ସାରି ଫେରିବା ପରେ ତାର ଅସ୍ତ୍ର (କତା) ଛାଡି ଆସିଥିଲା ା ଦେହୁରୀ କତା ଆଣିବାକୁ ଯାଇ ଦେଖିଲା ମା’ ରୁଧିର ପାନ କରୁଛନ୍ତି। ମା’ ରାଗିଯାଇ କତାକୁ ଫିଙ୍ଗିଦେଇ କହିଲେ ଯେଉଁଠି କତାଟି ପଡିବ ସେଠାରେ ମୋତେ ପୂଜାକରିବୁ। ସେହି ଦିନ ଠାରୁ ମା’ ଗଡଚଣ୍ଡୀ ପାହାଡ ପାଦ ଦେଶରେ ପୂଜା ପାଉଛନ୍ତି। ବିଶେଷ କରି ଶାରଦୀୟ ଦୁର୍ଗା ପୂଜୋତ୍ସବ ରାଜାଙ୍କ ସମୟରେ ବହୁ ଆଡମ୍ବରରେ ଅନୁଷ୍ଠିତ ହେଉଥିଲା। ଏଣୁ ପୂଜାରେ ମା’ଙ୍କ ନିକଟରେ ପଣ୍ଡା ବଳି ଦିଆଯାଉଥିଲା ା ପାଇକମାନଙ୍କ ମଧ୍ୟରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଜେତାଙ୍କୁ ସରିପା ପ୍ରଦାନ କରି ପୁରସ୍କୃତ କରାଯାଉଥିଲା। ଲାଖବିନ୍ଧା ପର୍ବ ଯୋଗୁ ନିକଟବର୍ତ୍ତୀ ଗ୍ରାମର ନାମ ଲାଖବିନ୍ଧା ଭାବେ ନାମକରଣ ହୋଇଛି ା ଏବେ ବି ପୂର୍ବ ପରି ମା’ଙ୍କ ପୂଜା, ପାର୍ବଣ, ଉତ୍ସବ ଅନୁଷ୍ଠିତ ହୋଇ ଆସୁଛି। ମା’ ଗଡଚଣ୍ଡୀ ଏ ଅଞ୍ଚଳର ପ୍ରତ୍ୟକ୍ଷ ଦେବୀ ଅଟନ୍ତି। ମାନସିକ କଲେ ସକଳ ଅଭିଷ୍ଠ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଅନ୍ୟପଟେ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ଆସି ପ୍ରକୃତିରାଣୀର ମଜା ଉଠାଇଥାନ୍ତି। ମା’ଙ୍କ ମନ୍ଦିର ସମ୍ମୁଖରେ ପାହାଡ ଦେହରୁ ଏକ ଝରଣା ବାହାରିଛି ା ସବୁଜ ବନାନୀ ପାହାଡ ଘେରରେ ଥିବା ମା’ଙ୍କ ମନ୍ଦିର ସମସ୍ତଙ୍କୁ ଆକୃଷ୍ଟ କରିଥାଏ ା ବିଶେଷ କରି ମାଙ୍କଡଙ୍କ ଖେଳ ଆହୁରି ଦର୍ଶକଙ୍କ ମନକୁ ଆନନ୍ଦ ଦେଇଥାଏ। ଏଠାରେ ମଧ୍ୟ ଏକ ଗୁପ୍ତଗୁମ୍ଫା ରହିଛି। ମା’ଙ୍କୁ ଦର୍ଶନ କରିବାକୁ ଯାଉଥିବା ଭକ୍ତ ପାହାଡ ଚଢିବାର ମଜା ମଧ୍ୟ ଉଠାଇଥାନ୍ତି।
ପୂର୍ବରୁ ଏଠାରେ ଶୈଳପୁର ନାମରେ ଏକ ଜୈନ ତୀର୍ଥସ୍ଥାନ ମଧ୍ୟ ଥିଲା। ଶୈଳ ଦ୍ୱାରା ଆବଦ୍ଧ ହୋଇଥିବାରୁ ଏହାକୁ ଶୈଳପୁର କୁହାଯାଉଥିଲା। ଅତୀତ କିମ୍ବଦନ୍ତୀ ଅନୁସାରେ ଜୈନ ଓ ବୌଦ୍ଧ ଧର୍ମର ଦୀକ୍ଷିତ ମହାରାଜାମାନେ ରାଜତ୍ୱ କରୁଥିଲେ। କାଳକ୍ରମେ ରାଜପୁତନାର ସିଂ ବଂଶର ରାଜାମାନେ ରାଜତ୍ୱ କଲେ। ସେଥିପାଇଁ ଏହାକୁ ସିଙ୍ଗିଡି ରାଜଗଡ କୁହାଗଲା ା ପୂର୍ବ ପାର୍ଶ୍ୱରେ ଏକ ପ୍ରାଚୀର ଓ ଗଡଖାଇ ଥିଲା। ତା’ର ଧ୍ୱଂସାବଶେଷ ଏବେ ବି ଦେଖିବାକୁ ମିଳେ। ସେହିପରି ଦକ୍ଷିଣ ଭାଗରେ ଦୁଇ ପାହାଡର ସଂକୀର୍ଣ୍ଣ ଗିରିପଥକୁ କଳିଙ୍ଗ ଦ୍ୱାର କୁହାଯାଉଥିଲା। ବର୍ତ୍ତମାନ ଏହାକୁ କଳିଙ୍ଗଘାଇ କୁହାଯାଉଛି। ସିଙ୍ଗିଡି ଗଡ ରାଜାଙ୍କୁ କେନ୍ଦୁଝର ଭଞ୍ଜବଂଶୀୟ ରାଜା ପ୍ରଥମେ ଆକ୍ରମଣ କରି ଦ୍ୱିତୀୟ ଥର ଗୁପ୍ତଚର ହତ୍ୟା କଲେ। ସିଂ ବଂଶର ରାଜାଙ୍କ ନିଧନ ପରେ ତାଙ୍କର ବଂଶଧର ଭଦ୍ରକ ଜିଲା ଆଗରପଡାକୁ ପଳାଇଲେ। ପରେ ଭଞ୍ଜ ବଂଶୀୟ ରାଜା ମା’ ଗଡଚଣ୍ଡୀଙ୍କ ପୂଜା ବିଧିର ଦାୟିତ୍ୱ ବହନ କଲେ। ବ୍ରାହ୍ମଣ , ଦେହୁରୀ , ମାଳି ନିଯୁକ୍ତ କରି ସେମାନଙ୍କ ପାଇଁ ଜାଗିରୀ ବ୍ୟବସ୍ଥା କରିଥିଲେ। ଦିନକୁ ଦିନ ମନ୍ଦିର ଓ କୀର୍ତ୍ତିରାଜି ଅସୁରକ୍ଷିତ ହୋଇପଡୁଥିବା ବେଳେ ଏହାର ସୁରକ୍ଷା ଦିଗରେ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri