ପାହାଡ଼, ନଈଘେରରେ କଟୁଛି ବିଚ୍ଛିନ୍ନାଞ୍ଚଳ ଜୀବନ

ଦଶମନ୍ତପୁର,୧୩।୧(ଡି.ଏନ୍‌.ଏ.) ଚାରିପାଖେ ପାହାଡ଼, ପର୍ବତ ଓ ୩ଟି ନଦୀ। ତାହାରି ଘେର ଭିତରେ ବନ୍ଦୀ ଗୋଟିଏ ଗାଁ। ଯୋଗାଯୋଗ ନାହିଁ। ତେଣୁ ବିକାଶର ଛାଇ ବି ଗାଁ ମାଟି ମାଡ଼ିନାହିଁ। ସରକାରୀ ବାବୁ କି ନେତା ଆସନ୍ତିନି। କେବଳ ନିର୍ବାଚନ ବେଳେ ଥରୁଟେ ସେମାନଙ୍କ ଦେଖା ମିଳେ। ତା’ ସହ ଅନେକ ପ୍ରତିଶ୍ରୁତି। ସେମାନେ ନଦୀ ପାର ହୋଇ ସଲପଗୁଡ଼ାରୁ ଫେରିବା ବେଳେ ପ୍ରତିଶ୍ରୁତି ସବୁ ପାଣିର ଗାର ହୋଇ ନଦୀରେ ଭାସିଯାଆନ୍ତି। ପାହାଡ଼ି ରାସ୍ତାରେ ଲିଭିଯାଏ ସେମାନଙ୍କ ପାଦ। ଏ ହେଉଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପାଇକ ଫୁଲବେଡ଼ା ପଞ୍ଚାୟତ ଅଧୀନରେ ଥିବା ସଲପଗୁଡ଼ା ଗାଁର ଚିତ୍ର।
ଢିଣ୍ଡାରଜା, ବୁର୍ଷା ପାବଲି ପାହାଡ଼, ଗୋଦବନୀ କୁପୁଲି, ଗାଣ୍ଡା ଡଙ୍ଗର ଚାରିପାଖେ ଥାଇ ମଝିରେ ରହିଛି ଏହି ଅବହେଳିତ ଗାଁ। ଏଠାରେ ମାଳି ସଂପ୍ରଦାୟର ପ୍ରାୟ ୨୭ ପରିବାର ବସବାସ କରନ୍ତି। ନନ୍ଦିଗାଁ ପଞ୍ଚାୟତ ପାଦଦେଶରେ ରହିଥିବା ଏହି ଗାଁ ପାଇକ ଫୁଲବେଡ଼ା ପଞ୍ଚାୟତରୁ ମାତ୍ର ୩ କିମି ଦୂରରେ ରହିଛି। ଗାଁର ଦୁଇ ପାର୍ଶ୍ୱରେ ନଦୀ ରହିଛି। ଫୁଲବେଡ଼ା ଛକ ଦେଇ ଏହି ଗାଁରେ ପହଞ୍ଚତ୍ବାକୁ ହେଲେ ଗାଇଗାଡ଼ ନଦୀ ଓ ବୁଡ଼ିଝୋଲା ପାର ହେବାକୁ ପଡ଼େ। ନନ୍ଦିଗାଁ ହାଟପଦା ଦେଇ ଏହି ଗାଁରେ ପହଞ୍ଚତ୍ବାକୁ ହେଲେ ବିରାଟ ଚାବେରୀ ନଦୀ ପାର ହେବାକୁ ହୁଏ। ସଲପଗୁଡ଼ା ଗ୍ରାମବାସୀ ଚତୁର୍ଦ୍ଦିଗରେ ପାହାଡ଼, ପର୍ବତ ଓ ୩ଟି ନଦୀର ଘେର ଭିତରେ ଏକ ପ୍ରକାର ବନ୍ଦୀ ଜୀବନ କାଟୁଛନ୍ତି। ଗର୍ଭବତୀ କିମ୍ବା ଗୁରୁତର ରୋଗୀଙ୍କୁ ଦୋଳା କିମ୍ବା ଖଟିଆରେ ୩/୪ କିମି ଦୂର ନନ୍ଦିଗାଁ ଛକ କିମ୍ବା ଫୁଲବେଡ଼ା ଛକକୁ ବୋହିନେବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇହୁଏ। ଅନେକ ସମୟରେ ବାଟରେ ଗର୍ଭବତୀଙ୍କ ମୃତ୍ୟୁ ନଜିର ରହିଥିବା ଗ୍ରାମର ଚିତ୍ରସେନ ମାଳି, ଚନ୍ଦ୍ର ମାଳି, ବଳରାମ ମାଳି, ଘନ ମାଳି କହିଛନ୍ତି। ଚାବେରୀ ନଦୀ ପାର ହେବା ବେଳେ ଫି’ ବର୍ଷ ବର୍ଷା ଦିନରେ ୬ରୁ ୭ ଜଣ ସ୍ରୋତରେ ଭାସିଯାଇଛନ୍ତି। ଯୋଗାଯୋଗ ଅଭାବରୁ ଏଠାକୁ ବିକାଶର ଛାଇ ପଡ଼ିନାହିଁ। ଏହି ଗାଁକୁ ସଂଯୋଗ କରୁଥିବା ପାଇକ ଫୁଲବେଡ଼ା ଛକରୁ ସଲପଗୁଡ଼ା ଏବଂ ନନ୍ଦିଗାଁ ହାଟପଦା ଛକରୁ ସଲପଗୁଡ଼ା ବାଟରେ ପ୍ରବାହିତ ନଦୀରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ୍‌ ସେମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri