ପାହାଡ଼ ଉପରେ ହେମଘର ଶୈବପୀଠ

କେନ୍ଦୁଝର, ୮ା୭ (ସ୍ବ.ପ୍ର.)-ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚୟତର କାଦଗଡ ଗ୍ରାମ ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ପରିବେଶ ମଧ୍ୟରେ ହେମଘର ପାହାଡ଼। ଜଙ୍ଗଲ ଓ ପାହାଡ ପରିବେଶରେ ଥିବା ଏହି ପାହାଡ ସ୍ଥାନୀୟ ଅଞ୍ଚଳବାସୀ ଦେବସ୍ଥଳୀ ଭାବେ ପୂଜା କରିଆସୁଛନ୍ତି। ଏବେ ଏହି ସ୍ଥାନରେ ଏକ ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଗଣିତ ହୋଇଆସୁଛି। ଅଧିକ ବିକାଶ ହେଲେ ଏହାଏକ ଉତ୍ତମ ପର୍ଯ୍ୟଟନସ୍ଥଳୀ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏହି ପୀଠରେ ଆଗରୁ ଋଷି ମାନେ ରହି ତପସ୍ୟା କରୁଥିଲେ ବୋଲି ବହୁ ପୁରୁଣାକାଳରୁ ବିଶ୍ୱାସ ରହିଛି। ଏଠାରେ ହେମନ୍ତ ଋଷି ନାମକ ଜଣେ ଋଷି ରହୁଥିଲେ। ଏଣୁ ତାଙ୍କ ନାମ ଅନୁସାରେ ଏହି ପାହାଡର ନାମ ହେମଘର ବୋଲି କୁହାଯାଏ। ଏଠାରେ ଶିବରାତ୍ରି, ମକର, କାର୍ତ୍ତିକ ପୂର୍ଣ୍ଣିମା ପାଳନ ହୋଇଥାଏ। ଶ୍ରାବଣ ମାସରେ ଏଠାରେ ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।
ଏହି ଅଞ୍ଚଳର ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ। ଏଣୁ ଜଳସେଚନ ବ୍ୟବସ୍ଥା ନ ଥିବାରୁ ବର୍ଷା ଉପରେ ନିର୍ଭରଶୀଳ ା ବର୍ଷା ନ ହେଲେ ବା ବିଳମ୍ବ ହେଲେ ଲୋକ ମାନେ ଏହିଠାରେ ପୂଜାପାଠ ଓ ଯଜ୍ଞ କରିଥାନ୍ତି। ଏଠାରେ ଯଜ୍ଞ ଓ ପୂଜାପାଠ କଲେ ବର୍ଷା ହୋଇଥାଏ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ପ୍ରଗାଢ ବିଶ୍ୱାସ ରହିଛି। ଏହି ପାହାଡରେ ବହୁ ଗୁମ୍ଫା ରହିଛି। ତେବେ ସମୟାନୁକ୍ରମେ ପଥର ଖସି ପଡିବାରୁ ବହୁ ସୁଡଙ୍ଗ ରାସ୍ତା ବନ୍ଦ ହୋଇଯିବାରୁ ଗୁମ୍ଫାକୁ ଯାତାୟାତ ବନ୍ଦ ହୋଇଯାଇଛି। ପାହାଡ ଉପରେ ୧୯୯୭ ମସିହାରେ ବିଶ୍ୱେଶରାୟ ମହାଦେବଙ୍କ ମନ୍ଦିର ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ପ୍ରତିଷ୍ଠା କରାଯାଇଛି। ପ୍ରାୟ ୪୦୦ ଫୁଟ ଉଚ୍ଚ ଏହି ରମଣୀୟ ପରିବେଶ ପାହାଡରେ ଥିବା ଏହି ମନ୍ଦିରକୁ ଯିବା ଆସିବା କରିବା ପାଇଁ ଉଭୟ ପାର୍ଶ୍ୱରୁ ରାସ୍ତା ଅଛି। ଗୋଟିଏ ପଟୁ ପାହାଚ ଚଢି ଯିବାକୁ ପଡିଥାଏ। ଅନ୍ୟ ପାର୍ଶ୍ୱରେ ଗାଡି ଯିବା ଆସିବା କରିଥାଏ। ଏହି ପାହାଡରେ ବହୁ ପ୍ରକାର ବୃକ୍ଷରାଜି ରହିଛି। ତେବେ ଜଳାଭାବ ଯୋଗୁଁ ବୃକ୍ଷ ରୋପଣ ହୋଇପାରୁ ନ ଥିବାରୁ ପାଣି ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକ ଦାବି କରୁଛନ୍ତି। ସୁଉଚ୍ଚ ପାହାଡ ଉପରୁ ଚାରିପାର୍ଶ୍ୱ ଅଞ୍ଚଳର ଦୃଶ୍ୟ ଅତ୍ୟନ୍ତ ମନୋରମ। ଜିଲା ମୁଖ୍ୟାଳୟ ଠାରୁ ମାତ୍ର ପ୍ରାୟ ୧୨ କି.ମି. ଦୂରରେ ଅବସ୍ଥିତ ଏହି ଧାର୍ମିକ ସ୍ଥଳର ବିକାଶ କରାଗଲେ ଏହା ଅଧିକ ପ୍ରସିଦ୍ଧି ଲାଭ କରିପାରିବ ବୋଲି ସ୍ଥାନୀୟ ଲୋକେ ଆଶାବ୍ୟକ୍ତ କରୁଛନ୍ତି। ଏଠାରେ ପଥର ସୁଡଙ୍ଗ ଦେଇ ଭକ୍ତ ମାନେ ସେଠାରେ ଥିବା ଗୁମ୍ଫା ଦର୍ଶନ କରିଥାନ୍ତି। ତେବେ ବିପଦସଙ୍କୁଳ ରାସ୍ତା ହୋଇଥିଲେ ଭକ୍ତ ମାନେ ସହଜରେ ଗୁରୁଣ୍ଡି ଗୁରୁଣ୍ଡି ଯାଇଆସିପାରନ୍ତି। ଏହି ଷୁଡ଼ଙ୍ଗ ରାସ୍ତାର ପୁନରୁଦ୍ଧାର କରିବାକୁ ଲୋକେ ନିବେଦନ କରିଛନ୍ତି। ଏହି ଗୁମ୍ଫା ଭିତରେ ଯଜ୍ଞ ହୋଇ ଥାଏ ଓ ସେଠାରେ ଭକ୍ତ ବିଶ୍ରାମ ନେଇ ବେଶ୍‌ ଆନନ୍ଦ ଲାଭ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri