ପାହାଡ଼ରୁ ଅସୁସ୍ଥ ଭାଲୁ ଉଦ୍ଧାର

ଜେନାପୁର,୧୧।୧୨(ଡି.ଏନ୍‌.ଏ): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତ ବଳରାମପୁର ଉପରଗଡ଼ ପାହାଡ଼ରୁ ଅସୁସ୍ଥ ଅବସ୍ଥାରେ ଏକ ଭାଲୁକୁ ମଙ୍ଗଳବାର ଉଦ୍ଧାର କରାଯାଇଛି। ଭାଲୁକୁ ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ। ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରିଛନ୍ତି।