ପାଳି ଅପେକ୍ଷାରେ ଓଳିଏ

କାମାକ୍ଷାନଗର, ୩ା୯(ଡି.ଏନ୍‌.ଏ.): ଡାକ୍ତରଙ୍କୁ ଜଣାଇବେ ସ୍ବାସ୍ଥ୍ୟ ସମସ୍ୟା। ଏହି ଆଶାରେ ରାତି ନ ପାହୁଣୁ ଡାକ୍ତରଖାନାକୁ ଛୁଟୁଛନ୍ତି ରୋଗୀ। ଡାକ୍ତରଙ୍କ ଚ୍ୟାମ୍ବର ପାଖରୁ ସ୍ବାସ୍ଥ୍ୟକେନ୍ଦ୍ର ବାହାର ଯାଏ ଲମ୍ବୁଛି ଲାଇନ୍‌। ଧାଡ଼ିରୁ ବାହାରିଗଲେ ସେହି ଜାଗା କାଳେ ଆଉ କିଏ ମାଡ଼ି ବସିବ, ସେହି ଆଶଙ୍କାରେ ଘଣ୍ଟା ଘଣ୍ଟା ଧରି ଅସହାୟ ଅବସ୍ଥାରେ ଅପେକ୍ଷା କରୁଛନ୍ତି ସେମାନେ। ଗର୍ଭବତୀ, ପ୍ରସୂତି, ଶିଶୁ, ଦିବ୍ୟାଙ୍ଗ କେହି ଏଥିରୁ ବାଦ୍‌ ପଡୁନାହାନ୍ତି। ସ୍ଥଳ ବିଶେଷରେ ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଙ୍କୁ ବାରଣ୍ଡାରେ ପକାଇ ଦେଇ ସମ୍ପର୍କୀୟମାନେ ଧାଡ଼ିରେ ଚାହିଁ ରହୁଛନ୍ତି ଡାକ୍ତରଙ୍କ ଡାକରାକୁ। ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବଜନିତ ସମସ୍ୟାରୁ ଏଭଳି ଚରମ ଅବ୍ୟବସ୍ଥା ସୃଷ୍ଟି ହୋଇଥିବାବେଳେ ପାଳିକୁ ଅପେକ୍ଷା କରି ଓଳିଏ କଟୁଛି। ୧୯ ଡାକ୍ତରଙ୍କ ବଦଳରେ ମାତ୍ର ୬ ଜଣରେ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଥିବାବେଳେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରୋଗୀ ଅଭିଯୋଗ କରିଛନ୍ତି।
କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଉପରେ ଭୁବନ, କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼ ବ୍ଲକ ସମେତ ସୀମାନ୍ତ କେନ୍ଦୁଝର ଜିଲାର ୧୦ ପଞ୍ଚାୟତର ରୋଗୀ ନିର୍ଭରଶୀଳ। ଜିଲାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନାରେ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ନାହାନ୍ତି ଡାକ୍ତର। ସ୍ବାସ୍ଥ୍ୟକେନ୍ଦ୍ରରେ ୧୯ ଜଣ ଡାକ୍ତର ନିଯୁକ୍ତି ପାଇବାକୁ ନିର୍ଦ୍ଦେଶ ଥିବାବେଳେ ମାତ୍ର ୬ଜଣ ଅଛନ୍ତି। କାଗଜ କଲମରେ ୧୧ ଜଣ ଡାକ୍ତର ନିଯୁକ୍ତି ପାଇଥିବା କୁହାଯାଉଥିଲେ ମଧ୍ୟ ବାସ୍ତବ ତଥ୍ୟ ଭିନ୍ନ। ସେମାନଙ୍କ ମଧ୍ୟରୁ ୪ଜଣ ଡାକ୍ତର ଦୀର୍ଘଦିନ ହେଲା ଡେପୁଟେଶନରେ। ଅନ୍ୟ ଜଣେ ଡାକ୍ତର ଚାକିରିରୁ ଅବ୍ୟାହତି ନେବାକୁ ସରକାରଙ୍କ ନିକଟରେ ଆବେଦନ କରି ୨ ବର୍ଷ ହେଲା ଛୁଟିରେ। ଏଭଳି ସ୍ଥିତିରେ ମାତ୍ର ୬ ଡାକ୍ତରଙ୍କ ଉପରେ ପଡୁଛି ୧୯ ଜଣଙ୍କ ବୋଝ। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୨ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତରଖାନା ଦାୟିତ୍ୱ ସମ୍ଭାଳୁଛନ୍ତି। ବହିର୍ବିଭାଗରେ ନିୟୋଜିତ ୨ ଡାକ୍ତର ଅଧିକାଂଶ ସମୟରେ ରାତ୍ରିକାଳୀନ ଡ୍ୟୁଟି କରୁଛନ୍ତି। ରାତ୍ରିକାଳୀନ ଡ୍ୟୁଟି କରୁଥିବା ଡାକ୍ତର ପରଦିନ ବିଶ୍ରାମ ନେବା ନିୟମ ରହିଛି। ହେଲେ ତାହା ହେଉନାହିଁ। ଜରୁରୀ ସମୟରେ ମୃତଦେହ ବ୍ୟବଚ୍ଛେଦ କାର୍ଯ୍ୟ ମଧ୍ୟ ସେମାନେ କରୁଛନ୍ତି। ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ରୋଗୀସେବା ଊଣା ଅଧିକେ ପ୍ରଭାବିତ ହେଉଛି। ସେହିପରି ଜଣେ ଦନ୍ତ ବିଶେଷଜ୍ଞ ହୋଇଥିବାବେଳେ ଅନ୍ୟ ଜଣେ ଡାକ୍ତର ଡେପୁଟେଶନରେ ଆସିଛନ୍ତି। ଭେଷଜ, ଶିଶୁ, ସର୍ଜରି, ଆଖି, ନିଶ୍ଚେତକ, ଅସ୍ଥିଶଲ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଶେଷଜ୍ଞ ପଦବୀ ଦୀର୍ଘ ବର୍ଷ ହେଲା ପୂରଣ ହେଉନାହିଁ। ସର୍ଜରି ବିଭାଗ ଖାଲି ପଡ଼ିଥିବାରୁ ଅସ୍ତ୍ରୋପଚାର ଯନ୍ତ୍ରାଂଶ ନଷ୍ଟ ହେବାକୁ ବସିଲାଣି।
କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ଆଉଟ୍‌ଡୋରକୁ ପ୍ରାୟ ୫୦୦ ଏବଂ ଜରୁରିକାଳୀନ ଓ୍ବାର୍ଡକୁ ୧୦୦ରୁ ଊର୍ଦ୍ଧ୍ୱ ରୋଗୀ ଦୈନିକ ଆସୁଛନ୍ତି। ସେମାନଙ୍କୁ ଠିକ୍‌ ସମୟରେ ସେବା ଯୋଗାଇଦେବା ଡାକ୍ତରଙ୍କ ପକ୍ଷେ କାଠିକର ପାଠ ହେଉଛି। ସେହିପରି ବ୍ୟସ୍ତବହୁଳ ୫୩ନଂ. ଜାତୀୟ ରାଜପଥରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଦୁର୍ଘଟଣାଗ୍ରସ୍ତ ରୋଗୀ ଡାକ୍ତରଖାନାକୁ ବୁହା ହୋଇ ଆସୁଥିବାବେଳେ ଠିକ୍‌ ସମୟରେ ଚିକିତ୍ସା ସେବା ନ ପାଇ ସେମାନଙ୍କ ମଧ୍ୟରୁ ଅନେକଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଥିବାବେଳେ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ସଜବାଜ ହେଲେଣି।
ଡାକ୍ତର ଅଭାବ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଉପଖଣ୍ଡ ଚିକିତ୍ସାଧିକାରୀ ଡା. ସୁବାସ ଚନ୍ଦ୍ର ମଣ୍ଡଳ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଆବଶ୍ୟକ ଡାକ୍ତର, କର୍ମଚାରୀ ନ ଥିବା ରୋଗୀସେବା ବ୍ୟାହତ ହେଉଛି। ଅନେକ ସମୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ରୋଷର ଶିକାର ହେବାକୁ ପହୁଛି। ଯୁବ ଡାକ୍ତରମାନେ ଉଚ୍ଚ ଶିକ୍ଷା ପାଇଁ ସହରରେ ରହିବାକୁ ଇଚ୍ଛୁକ ହେଉଥିବାବେଳେ ଗ୍ରାମାଞ୍ଚଳକୁ ଆସିବାକୁ ପସନ୍ଦ କରୁନାହାନ୍ତି। କେବଳ କାମାକ୍ଷାନଗର ନୁହେଁ, ସାରା ଓଡ଼ିଶାରେ ଏଭଳି ସମସ୍ୟା ଲାଗି ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri