ପାଲାରେ ତାଲା: ପରିବା ବିକୁଛନ୍ତି ଗାୟକ, ବାୟକ

ବଇଣ୍ଡା,୨୫ା୫(ପରିକ୍ଷିତ ସାହୁ): ଦିନେ ତାଙ୍କ ଉପସ୍ଥିତି ପରିବେଶକୁ ପବିତ୍ର କରିଦେଉଥିଲା। ମନରେ ଧାର୍ମିକ ଭାବନା ଉଦ୍ରେକ କରୁଥିଲା। ତାଙ୍କ ଚରଣ ଓ ଚାମର ସ୍ପର୍ଶ ପାଇଁ ଆପେ ଆପେ ମଥା ନଇଁଯାଉଥିଲା। ହେଲେ ଆଜି ବଦଳି ଯାଇଛି ସେହି ସମୟ। କେଉଁଠି ଏକାଠି ଦେଖାଯାଉନାହାନ୍ତି ସେ କି ତାଙ୍କ ସାଥୀ କଳାକାର। ଗାଁଠାରୁ ସହର ଯାଏ କେଉଁଠାରେ ବି ଶୁଣାଯାଉନି ତାଙ୍କ ସ୍ବର। ତାଙ୍କୁ ଶୁଣିବା ପାଇଁ ମଧ୍ୟ କେହି ଅଟକି ଯାଉନାହାନ୍ତି ଦଣ୍ଡେ କି ଘଡ଼ିଏ। କାରଣ କରୋନା କଟକଣା ତାଲା ପକାଇଦେଇଛି ପାଲା ପରିବେଷଣରେ। ଯେଉଁଥିପାଇଁ ବେରୋଜଗାର ହୋଇଯାଇଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ବହୁ ଗାୟକ, ବାୟକଙ୍କ ସହ ପ୍ରାୟ ୩ଶହ ପାଲା କଳାକାର। ପରିବାର ଚଳାଇବାକୁ ଏବେ କିଏ ମାଟି ମୁଣ୍ଡାଉଛନ୍ତି ତ କିଏ ରାସ୍ତା ପାର୍ଶ୍ୱରେ ବସି ବିକୁଛନ୍ତି ପରିବା।
ଆଠମଲ୍ଲିକ ଉପଖଣ୍ଡର କିଶୋରନଗର ଓ ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ମୋଟ୍‌ ୫୨ଟି ପାଲା ପରିବେଷଣ ଦଳ ରହିଛି। ଏମାନଙ୍କୁ ନେଇ ଗଠନ ହୋଇଛି ମା’ ମାହେଶ୍ୱରୀ ପାଲା ପରିଷଦ ସଂଘ। ସଭାପତି ଶ୍ରୀକାନ୍ତ ମାହାରଙ୍କ କହିବା ଅନୁଯାୟୀ, ବର୍ଷର ୧୨ ମାସରୁ ୮ ମାସ ସେମାନେ ପାଲା ପରିବେଷଣ କରନ୍ତି। ତାହା ହିଁ ସେମାନଙ୍କ ଜୀବନ ଓ ଜୀବିକା। ଦୀର୍ଘ ୩୫ ବର୍ଷ ହେଲା ଏପରି ଭାବେ ସେମାନେ ପରିବାର ପ୍ରତିପୋଷଣ କରିଆସୁଛନ୍ତି। କେବଳ ଆଠମଲ୍ଲିକ କି ଅନୁଗୋଳ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ପାଲା ପରିବେଷଣ କରି ସେମାନେ ବହୁ ସମ୍ମାନ ପାଇଛନ୍ତି। ଗୋଟିଏ ଦଳରେ ୪ରୁ ୫ଜଣ ରହୁଥିବା ବେଳେ ରାତିକ ପାଇଁ ୪ରୁ ୫ ହଜାର ଟଙ୍କା ନେଇଥାନ୍ତି। ତେବେ ମାନସିକ ଷୋଳ ପାଲା ପାଇଁ ଅଧିକ ଅର୍ଥ ସେମାନେ ଦାବି କରିଥାନ୍ତି। ଏହାଛଡ଼ା ସରକାରଙ୍କ ବିଭିନ୍ନ ସଚେତନତାଧର୍ମୀ କାର୍ଯ୍ୟକ୍ରମରୁ ମଧ୍ୟ କିଛିଟା ଆୟ କରିଥାନ୍ତି। ବିଭିନ୍ନ ପର୍ବପର୍ବାଣି, ଯାନିଯାତ୍ରା ବେଳେ ସେମାନଙ୍କୁ ଅଧିକରୁ ଅଧିକ ଅଞ୍ଚଳରୁ ଡାକରା ଆସିଥାଏ। କିନ୍ତୁ ଲକ୍‌ଡାଉନ ଯୋଗୁ ୨ ମାସ ହେଲା ସବୁକିଛି ବନ୍ଦ ହୋଇଯାଇଛି। ୩ଶହ କଳାକାର ବେକାର ହୋଇଯାଇଛନ୍ତି। ସଂଘ ସମ୍ପାଦକ ଜଗତମୋହନ ମିଶ୍ର କହିଛନ୍ତି, କଟକଣା ଯୋଗୁ ପରିବାର ଚଳାଇବାରେ ଅସୁବିଧା ହେଉଛି। କିଏ ମୂଲ ମଜୁରି କରୁଛନ୍ତି ତ କିଏ ଗାଁରେ କାଁ ଭାଁ ଅଟୋ ଚଳାଇ କିଛି ଆୟ କରିବାକୁ ଉଦ୍ୟମ କରୁଛନ୍ତି। ଲୁହାମୁଣ୍ଡାର ପାଲା କଳାକାର ବିନୋଦ କାଳିଆ, ବଡ଼ବର ଗ୍ରାମର ଶମ୍ଭୁନାଥ ମହାନ୍ତି, ମାଧପୁର ଅଞ୍ଚଳର ଶରଣ ବିଶ୍ୱାଳ କୁହନ୍ତି, ପାଲା ପରିବେଷଣ ବନ୍ଦ ଜୀବନକୁ ଯେପରି ଅଟକାଇ ଦେଇଛି। ଆର୍ଥିକ ସଙ୍କଟର ସମାଧାନ କରିବାକୁ ଆମ ମଧ୍ୟରୁ କେତେଜଣଙ୍କୁ ଦିନ ମଜୁରିଆ ଭାବେ କାମ କରିବାକୁ ପଡ଼ୁଛି। ଆଉ କେହି ପରିବା ବେପାର କରି ପରିବାର ସମ୍ଭାଳିନେବାର ଉଦ୍ୟମ କରୁଛନ୍ତି। ସରକାରଙ୍କ ପକ୍ଷରୁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଗଲେ ବଞ୍ଚିଯାଇପାରନ୍ତୁ ବୋଲି ପାଲା କଳାକାରମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସି ପ୍ରାର୍ଥୀଙ୍କ ଉପରେ ନିର୍ଭରକଲେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ

ନୂଆଦିଲ୍ଲୀ,୬ା୪: ଭୋଟ ପରିଚାଳନା କରୁଥିବା ପଦାଧିକାରୀ ଯଦି ପ୍ରାର୍ଥୀମାନଙ୍କ ଉପରେ ନିର୍ଭର କରନ୍ତି, ତେବେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବି.ଭି. ନାଗରତ୍ନା…

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri