Categories: ଜାତୀୟ

ପାର୍ଲାମେଣ୍ଟ କ୍ୟାଣ୍ଟିନ୍‌ରେ ଏମ୍‌ପିଙ୍କୁ ଆଉ ମିଳିବନି ରିହାତି ଦରରେ ଖାଦ୍ୟ

ନୂଆଦିଲ୍ଲୀ, ୬।୧୨(ଆଇଏଏନ୍‌ଏସ୍‌): ପାର୍ଲାମେଣ୍ଟ କ୍ୟାଣ୍ଟିନ୍‌ରେ ଏମ୍‌ପିମାନଙ୍କୁ ଆଉ ରିହାତି ମୂଲ୍ୟରେ ଖାଦ୍ୟ ମିଳିବନି। ଆଗାମୀ ଅଧିବେଶନ କାଳରେ ଏହାକୁ ଲାଗୁ କରାଯିବ। ବିଜନେସ୍‌ ଆଡଭାଇଜରି କମିଟି ବୈଠକରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏଭଳି ପ୍ରସ୍ତାବ ଦେବା ପରେ ସବୁ ଦଳର ନେତାମାନେ ଏହାକୁ ସ୍ବୀକୃତି ଦେଇଥିଲେ। ପାର୍ଲାମେଣ୍ଟ କ୍ୟାଣ୍ଟିନରେ ନୂଆ ଦରରେ ଖାଦ୍ୟ ପ୍ରଦାନ କରାଗଲେ ବାର୍ଷିକ ୧୭ କୋଟି ଟଙ୍କା ବଞ୍ଚାଯାଇ ପାରିବ ବୋଲି ଜଣାପଡ଼ିଛି।

Share