Posted inଜାତୀୟ

ପାର୍ଲାମେଣ୍ଟରେ ଶାସକ- ବିରୋଧୀ ଧସ୍ତାଧସ୍ତି

ନୂଆଦିଲ୍ଲୀ,୩ା୩: ପାର୍ଲାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ସୋମବାର ଆରମ୍ଭ ହୋଇଥିବା ବେଳେ ଦିଲ୍ଲୀ ଦଙ୍ଗାକୁ ନେଇ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଲୋକ ସଭାରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିବା ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଇସ୍ତଫା ଦାବି କରିଥିଲେ। ବାଚସ୍ପତି ଓମ୍‌ ବିର୍ଲା ଗୃହକାର୍ଯ୍ୟ ଆରମ୍ଭ କରିବା ପରେ କଳା ବ୍ୟାନର ଧରି ସେମାନେ ଟ୍ରେଜେରି ବେଞ୍ଚ୍‌ ଆଡ଼କୁ ଯାଇଥିଲେ। ପଛ ବେଞ୍ଚ୍‌ରେ ବସିଥିବା ଭାଜପା ସଦସ୍ୟମାନେ କଂଗ୍ରେସର ଏଭଳି ଆଚରଣକୁ ବିରୋଧ କରିଥିଲେ। ଏହା ପରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ପ୍ରଥମେ ହଟ୍ଟଗୋଳ ଓ ପରେ ଠେଲାପେଲା ହୋଇଥିଲା। କିଛି ସମୟ ଗୃହ ରଣାଙ୍ଗନରେ ପରିଣତ ହୋଇଯାଇଥିଲା। କାର୍ଯ୍ୟରେ ବାଧା ଉପୁଜିବାରୁ ବାଚସ୍ପତି ଗୃହକୁ ପ୍ରଥମେ ଅପରାହ୍ନ ୩ଟା ଓ ପରେ ଦିନକ ଲାଗି ମୁଲତବୀ ରଖିଥିଲେ। ଏମ୍‌ପିଙ୍କ ଗୃହରେ ଏଭଳି ଆଚରଣ ମୋତେ କଷ୍ଟ ଦେଇଛି ବୋଲି ବାଚସ୍ପତି ପ୍ରକାଶ କରିଛନ୍ତି।
ସଭାରେ ଭାଜପାର ମୁଖ୍ୟ ସଚେତକ ସଞ୍ଜୟ ଜୟଶ୍ୱାଲ୍‌ ଗୃହରେ କହୁଥିବା ବେଳେ କଂଗ୍ରେସ ଏମ୍‌ପିମାନେ ଜୋର୍‌ରେ ପାଟିକରି ତାଙ୍କ ମୁହଁ ସାମ୍ନାରେ ପ୍ଲାକାର୍ଡ ଧରି ବାଧା ଦେଇଥିଲେ। ଭାଜପା ଏମ୍‌ପିମାନେ ଏହାର ପ୍ରତିବାଦ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଭାଜପା ଓ କଂଗ୍ରେସ ଏମ୍‌ପିମାନେ ଧକ୍କା ମରାମରି ହେବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। କଂଗ୍ରେସର ଦଳିତ ଏମ୍‌ପି ରାମ୍ୟା ହରିଦାସ ଭାଜପା ଏମ୍‌ପିମାନେ ଗୃହରେ ଅପମାନିତ କରିଥିବା ନେଇ ବାଚସ୍ପତି ବିର୍ଲାଙ୍କ ନିକଟରେ ଅଭିଯୋଗ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରାଜସ୍ଥାନର ଭାଜପା ଏମ୍‌ପି ଜସ୍‌କୌର ମୀନା ତାଙ୍କୁ ଶାରୀରିକ ଆଘାତ ଦେଇଥିବା ସେ ଅଭିଯୋଗ କରିଛନ୍ତି। ମୀନା ମଧ୍ୟ ଏମ୍‌ପି ହରିଦାସଙ୍କ ବିରୋଧରେ ପାଲ୍‌ଟା ଅଭିଯୋଗ ଆଣିଛନ୍ତି। ଭାଜପାର କେତେକ ମହିଳା ଏମ୍‌ପି ବାଚସ୍ପତିଙ୍କୁ ଭେଟି ଏମ୍‌ପି ମୀନା ଓ ଚିକ୍କମାଗଲୁରୁ ଏମ୍‌ପି ଶୋଭା କରାଣ୍ଡ୍‌ଲାଜେଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି।
ସଭାରେ ମଧ୍ୟ ଦିଲ୍ଲୀ ହିଂସାକାଣ୍ଡକୁ ନେଇ ହଟ୍ଟଗୋଳ ହେବାରୁ ଗୃହକୁ ଦିନକ ଲାଗି ମୁଲତବୀ ଘୋଷଣା କରାଯାଇଛି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଏଏପି, ଟିଏମ୍‌ସି, ଏସ୍‌ପି, ବିଏସ୍‌ପି, ଡିଏମ୍‌କେ ଓ ବାମଦଳର ସଦସ୍ୟମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ୍‌ବାଜି କରିଥିଲେ। ସରକାର ଶୋଇରହି ନିଜ କାର୍ଯ୍ୟ ଠିକ୍‌ ଭାବେ କରୁ ନ ଥିବା ଏମାନେ ଅଭିଯୋଗ କରିଥିଲେ। ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶ ସେମାନଙ୍କୁ ନିଜ ସ୍ଥାନକୁ ଯିବା ଲାଗି ଅନୁରୋଧ କରିଥିବା ବେଳେ କେହି ଶୁଣି ନ ଥିଲେ। ଆଖିରେ କଳା ପଟି ବାନ୍ଧି କେତେକ ବିକ୍ଷୋଭ କରିଥିଲେ। ହଟ୍ଟଗୋଳ ଯୋଗୁ ଶେଷରେ ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri