ପାର୍କ ପୁନରୁଦ୍ଧାର ନେଇ ଅଣ୍ଟା ଭିଡିଲେ ସ୍ଥାନୀୟ ଯୁବକ

ଏମଭି-୭୯,୧୫ା୧(ଡିଏନ.ଏ.): ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏମଭି-୭୯ସ୍ଥିତ ଏକମାତ୍ର ପାର୍କ ଏବେ ଘନ ଜଙ୍ଗଲରେ ପରିଣତ ହୋଇଛି । ଏହି ପାର୍କଟିରେ ଏବେ ବୁଲା ଗୋରୁ ତଥା ଅନ୍ୟାନ୍ୟ ପ୍ରାଣୀଙ୍କ ଏକ ନିରାପଦ ଆଶ୍ରୟସ୍ଥଳ ପାଲଟିଛି। ଅଞ୍ଚଳବାସୀଙ୍କ ଅବସର ବିନୋଦନ, ଭ୍ରମଣ ଉଦ୍ଦେଶ୍ୟରେ ଏହି ପାର୍କ ପ୍ରାୟ ୪୦ବର୍ଷ ତଳେ ଦଣ୍ଡକାରଣ୍ୟ ପ୍ରକଳ୍ପ ସମୟରେ ହୋଇଥିଲା। ଏହାର ଉନ୍ନତି ପ୍ରଶାସନ ନ କରିବାରୁ ଏବେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ଏହାର ପୁନରୁଦ୍ଧାର ନେଇ ବାହାରିଛନ୍ତି। ବୁଧବାର ପାର୍କରେ ଉଠିଥିବା ଅନାବନା ଗଛ ସବୁ ସଫା କରିଛନ୍ତି। ଯୁବକମାନଙ୍କ ଏହି ପ୍ରୟାସକୁ ସାଧାରଣ ପ୍ରସଂଶା କରାଯାଇଛି।