ପାରିଶ୍ରମିକ ପାଇଁ..

ଯାହା ଘଟିଗଲା ତାହାକୁ ସହଜରେ ହଜମ କରିପାରୁନାହାନ୍ତି କ୍ରିତି ସାନନ। କଥା କ’ଣ କି, ନିକଟରେ ଜଣେ ନବାଗତ ପ୍ରଯୋଜକ ତାଙ୍କୁ ନିଜ ଫିଲ୍ମରେ ସାଇନ୍‌ କରିବାକୁ ଚାହିଁଲେ। କଥାବାର୍ତ୍ତା ସମୟରେ ବେଶ୍‌ କୁଲ୍‌ ମାଇଣ୍ଡରେ କାହାଣୀ ଏବଂ ନିଜ ଭୂମିକା ବିଷୟରେ ଶୁଣିଲେ। କିନ୍ତୁ ଯେତେବେଳେ ପାରିଶ୍ରମିକ କଥା ଉଠିଲା, ସେତେବେଳେ ସବୁକିଛି ଅଡୁଆ ତଡୁଆ ହୋଇଗଲା। ଏହି ଫିଲ୍ମଟି ପାଇଁ ସେ ଯେତିକି ରେମ୍ୟୁନେରେଶନ ଦାବି କଲେ ତାହା ଶୁଣି ନୂଆ ପ୍ରଯୋଜକଙ୍କ ଆଖି ଖୋସିହୋଇଯାଇଥିଲା। କାରଣ ତାହା କ୍ରିତିଙ୍କ ଅସଲ ପାରିଶ୍ରମିକର ଦୁଇଗୁଣା ଥିଲା। ଶେଷକୁ ଏପରି ସମସ୍ୟାର ସମାଧାନ ହୋଇପାରି ନ ଥିଲା। ଆଉ ଉପାୟଶୂନ୍ୟ ହୋଇ ପ୍ରଯୋଜକ ଖାଲିହାତରେ ଫେରିଥିଲେ। ସେପଟେ ପାରିଶ୍ରମିକ ପାଇଁ ଭଲ ଅଫରଟି ହାତଛଡ଼ା ହେବା ପରେ କ୍ରିତି କୁଆଡ଼େ ଅନୁତାପ କରୁଛନ୍ତି।

Share