ପାରିବାରିକ କଳହ ହେଲା କାଳ : ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ କୋର୍ଟ ଚାଲାଣ

ପାଟଣା,୨୩।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଣମହୁଲଡିହାର ମୁଣ୍ଡାସାହିରେ ପାରିବାରିକ କଳହ କାଳ ହୋଇଛି। ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କର ପ୍ରାଣହାନି ଘଟିଥିବାବେଳେ ସ୍ବାମୀଙ୍କୁ କୋର୍ଟ ଚାଲାଣ କରାଯିବା ପରି ଘଟଣା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ରବିବାର ସାରେ ପାରିବାରିକ କଳହକୁ ନେଇ ମୁଣ୍ଡାସାହିର ସୁନିଆ ମୁଣ୍ଡା(୬୦) ଉତ୍‌କ୍ଷିପ୍ତ ହୋଇ ଟାଙ୍ଗିଆରେ ସ୍ତ୍ରୀ ମାନିଙ୍କ କାନମୁଣ୍ଡାକୁ ପ୍ରହାର କରିଥିଲେ। ଫଳରେ ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏନେଇ ଘଟଗାଁ ଥାନା ଅଧିକାରୀ ବନ୍ଦନା ପାତ୍ର ୧୩୫/୧୯ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।