ପାରିବାରିକ କଳହ ଯୋଗୁ ନଦୀକୁ ଡେଇଁ ପଡ଼ିଲେ ଯୁବକ

ମହାକାଳପଡ଼ା,୫।୫(ଡି.ଏନ.ଏ.)-ପାରିବାରିକ କଳହ ଯୋଗୁ ନଦୀକୁ ଡେଇଁ ପଡ଼ିଲେ ଯୁବକ। ପରେ ସ୍ଥାନୀୟ ଲୋକ ଓ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାକାଳପଡ଼ା ବ୍ଲକ ଅଧିନ ସ୍ଥାନୀୟ ମଙ୍ଗଳପୁର ପଞ୍ଚାୟତ ଗୋଜାବନ୍ଧ ଗ୍ରାମରେ। ଉଦ୍ଧାର ଯୁବକ ଜଣକ ନିଶାମଣି ନାୟକଙ୍କ ପୁଅ ବୁଦ୍ଧିଆ ନାୟକ ବୋଲି ଜଣାପଡ଼ିଛି।