ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା

ଯୋଡା,୬ା୫(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ବାମେବରୀ ଅନ୍ତର୍ଗତ ତାଡପାଣି ଅଞ୍ଚଳରେ ମଙ୍ଗଳବାର ପାରିବାରିକ କଳହରୁ ମଞ୍ଜ ମୁଣ୍ଡା ନାମ୍ନୀ ଜଣେ ମହିଳା ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମମଲା (ନଂ.୧୬/୨୦୨୦) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ନେବାରୁ ଜଣାପଡ଼ିଛି ଯେ, ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସୋମବାର ସନ୍ଧ୍ୟାରେ କୌଣସି କାରଣରୁ କଳହ ହୋଇଥିଲା ା ପରେ ବିଳମ୍ବିତ ରାତିରେ ମଞ୍ଜୁ ଘରୁ ବାହାରି ନିକଟସ୍ଥ ଏକ ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ।