ପାରିବାରିକ କଳହକୁ ନେଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ହାଟଡ଼ିହୀ,୪।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅମିନପୁର ଗ୍ରାମର ଜଣେ ମହିଳା ହାବଳେଶ୍ୱର ଶିବ ମନ୍ଦିର ନିକଟ ବୈତରଣୀକୁ ଡେଇଁ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ପ୍ରଶାନ୍ତ ସେନାପତିଙ୍କ ସ୍ତ୍ରୀ ନିରୁପମା(୪୫)। ପାରିବାରିକ କଳହକୁ ନେଇ ନିରୁପମା ଏପରି କରିଥିବା ଜଣାପଡ଼ିଛି। ତେବେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ଏଯାବତ୍‌ ତାଙ୍କ ପତ୍ତା ମିଳିପାରିନାହିଁ।