ପାରାଲିସିସ୍‌ରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ସକାଳୁ ଖାଲି ପେଟରେ ଦୁଇକୋଲା ରସୁଣ ଚୋବାଇ ଖାଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟଲର ପରିମାଣ ହ୍ରାସ ପାଏ। ହୃଦ୍‌ଘାତରେ ଏହା ମହୌଷଧୀ ଭଳି କାମ କରେ। ତେବେ ରସୁଣ ସହିତ ମହୁ ମିଶାଇ ଖାଇଲେ ପାରାଲିସିସ୍‌ରୁ ସହଜରେ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ସପ୍ତାହରେ ୨-୩ଥର ରସୁଣ ସହିତ ମହୁ ମିଶାଇ ଖାଇଲେ ଶରୀର ପାଇଁ ବେଶ୍‌ ଭଲ। ରସୁଣରେ ଭିଟାମିନ୍‌-‘ଏ’, ‘ବି’, ‘ସି’, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍‌, ଜିଙ୍କ୍‌, ଲୌହ, ମ୍ୟାଗ୍ନେସିୟମ୍‌, ଫସଫରସ୍‌ ପ୍ରଭୃତି ରହିଥାଏ। ରସୁଣ-ମହୁ ଅଭ୍ୟାସ କରି ଖାଇଲେ ଉଚ୍ଚ ରକ୍ତଚାପ, ମାନସିକ ଚାପ, କର୍କଟ, ହାର୍ଟ ଆଟାକ୍‌ ଆଦିରୁ ସହଜରେ ମୁକ୍ତି ମିଳିଥାଏ।