ପାରାଦୀପରେ ତାଣ୍ଡବ ରଚିଲା ଅମ୍ଫନ୍‌: ୨୪ ଘଣ୍ଟା ବର୍ଷା ପବନରେ ଲୋକେ ଆତଙ୍କିତ

ପାରାଦୀପ,୨୦ା୫(ସ୍ବ.ପ୍ର.): ବଙ୍ଗୋପ ସାଗରରୁ ସୃଷ୍ଟ ବାତ୍ୟା ଅମ୍ଫାନ ପାରାଦୀପରେ ତାଣ୍ଡବ ରଚିଛି। ଏହାଦ୍ୱାରା ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ଘଣ୍ଟାପ୍ରତି ୧୦୬ କି.ମି. ବେଗରେ ପବନ ବହିବା ସହ ବୁଧବାର ଦିନ ୧୦ଟା ସୁଦ୍ଧା ୨୦୮ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୩୦ରୁ ଝିପିଝିପି ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଥିଲା। ବୁଧବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ବର୍ଷାପବନ ଲାଗି ରହିଥିଲା। ପ୍ରାୟ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ବାତ୍ୟା ପବନରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ କେତେକ କଚ୍ଚାଘର, ଟିଣ ଛପର ଦୋକାନ ଆଦି ଭାଙ୍ଗିଯାଇଛି। କେତେକ ସ୍ଥାନରେ ବର୍ଷା ପାଣି ଜମି ରହିବା ସହ ଖାଲୁଆ ଅଞ୍ଚଳରେ ଥିବା ଘର ଗୁଡ଼ିକରେ ପାଣି ପଶିଥିଲା। ଅପରପକ୍ଷେ ବାତ୍ୟା ଯୋଗୁ ପାରାଦୀପ ବନ୍ଦରରେ ପଣ୍ୟ କାରବାର ବନ୍ଦ ରହିଛି। ଅନ୍ୟ ସମସ୍ତ ଶିଳ୍ପ ସଂସ୍ଥାର ପଣ୍ୟ କାରବାର ଆଶିଂକ ପ୍ରଭାବିତ ହୋଇଛି। ବନ୍ଦରାଞ୍ଚଳକୁ ବାଦ୍‌ଦେଲେ ଅନ୍ୟ ଅଞ୍ଚଳରେ ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି। ଟେଲିକମ୍‌, କେବୁଲ ସେବା ଠପ୍‌ ହୋଇଯାଇଛି। ପାରାଦୀପ ମାଛଧରା ବନ୍ଦରରେ ଏକ ମାଛ ଧରା ଟ୍ରଲର ପବନରେ ପିଟିହୋଇ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ପରେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀ କାଟି ସଫା କରିଛନ୍ତି। ବେଳାଭୂମିରେ ଥିବା ଝାଉଁଗଛକୁ ଷଣ୍ଢକୁଦର କେତେକ ଲୋକେ କାଟି ନେବାରେ ଲାଗିଛନ୍ତି। ପାରାଦୀପର ୧୯ଟି ବାତ୍ୟା ଆଶ୍ରୟସ୍ଥଳରେ ପ୍ରାୟ ୧୩ଶହ ଲୋକଙ୍କୁ ରଖାଯାଇଥିଲା। ସେମାନେ ବୁଧବାର ସନ୍ଧ୍ୟାରେ ଘରକୁ ଫେରିଛନ୍ତି।
ସରକାରୀ ଭାବେ କେହି ମୃତାହତ ହୋଇଥିବା ସୂଚନା ମିଳି ନାହିଁ। ତଥାପି ଜଣେ ଚିକିତ୍ସାଧୀନ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ସାପ କାମୁଡ଼ାରେ ଗୁରୁତର ହୋଇଛନ୍ତି। ମୃତକ ହେଲେ ବଧୁବନ ଅଞ୍ଚଳର। ସେ କିଛିଦିନ ହେବ କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ବୁଧବାର ସକାଳେ ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପାରାଦୀପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସାପ କାମୁଡ଼ାରେ ଗୁରତର ହୋଇଥିବା ବ୍ୟକ୍ତି ହେଲେ ଢିଙ୍କିଆ ଅଞ୍ଚଳର। ସେ ସୁରଟରୁ ଫେରି କ୍ୱାରାଣ୍ଟାଇନ କେନ୍ଦ୍ରରେ ଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଏକ ବୋଲେରୋ ଗାଡ଼ିି ନେଇ ପାରାଦୀପ କୋଭିଡ୍‌ ହସ୍‌ପିଟାଲରେ ଛାଡ଼ି ପଳାଇଥିଲା। କୋଭିଡ୍‌ ହସ୍‌ପିଟାଲ ପକ୍ଷରୁ ତାଙ୍କୁ ସେହି ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କରୋନା ଭୟ ଓ ସାପକାମୁଡ଼ା ଯୋଗୁ ତାଙ୍କୁ କେହି ମେଡିକାଲ ନେବାକୁ ରାଜି ହୋଇ ନ ଥିଲେ। ଶେଷରେ ପ୍ରବୀର ଦାସ ନାମକ ଆମ୍ବୁଲାନ୍ସ ଚାଳକ ତାଙ୍କୁ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri