Categories: ଫୁରସତ

ପାରଦ

ପାରଦର ଇଂଲିଶ୍‌ ନାମ ହେଉଛି ମର୍‌କ୍ୟୁରୀ। ନିଜର ଗତି ଏବଂ ଗତିଶୀଳତା ପାଇଁ ପରିଚିତ ଥିବା ରୋମାନ୍‌ ଦେବତା ମର୍‌କ୍ୟୁରୀଙ୍କ ନାମରେ ଏହାକୁ ନାମିତ କରାଯାଇଛି ବୋଲି କୁହାଯାଏ।
ଏହାର ରାସାୟନିକ ନାମ Hg, ଯାହାକି ଲାଟିନ୍‌ ଶବ୍ଦ ହାଇଡ୍ରାର୍ଜିରମ୍‌ରୁ ଆସିଛି।
ପାରଦ ପୃଥିବୀପୃଷ୍ଠରେ ଏକମାତ୍ର ଏଭଳି ଧାତୁ, ଯାହା ସାଧାରଣ ତାପମାତ୍ରା ଏବଂ ଚାପରେ ତରଳ ଅବସ୍ଥାରେ ମିଳିଥାଏ।
ଏହା ମୁକ୍ତ ଅବସ୍ଥାରେ ଖୁବ୍‌ କମ୍‌ ମିଳିଥାଏ। ଏହାର ମୁଖ୍ୟ ଓର୍‌ ହେଉଛି ସିନେବାର, ଯାହାକି ସ୍ପେନ୍‌, ଆମେରିକା, ମେକ୍ସିକୋ, ଜାପାନ, ଚାଇନା ଏବଂ ମଧ୍ୟୟୁରୋପରେ ମିଳିଥାଏ।
ଏୟାରକ୍ରାଫ୍ଟରେ ଏହାକୁ ନେବା ମନା। କାରଣ ଏୟାରକ୍ରାଫ୍ଟ ପ୍ରସ୍ତୁତ ହେବା ଲାଗି ଆଲୁମିନିୟମ୍‌ ବ୍ୟବହାର କରାଯାଇଥାଏ। ପାରଦ ଆଲୁମିନିୟମ ସହ ଏକ ମିଶ୍ରଣ ସୃଷ୍ଟି କରେ, ଯାହାକି ଆଲୁମିନିୟମକୁ ଜଙ୍କ୍‌ ହେବାରୁ ରକ୍ଷା କରୁଥିବା ଉପାଦାନକୁ ନଷ୍ଟ କରିଦିଏ।
ପାରଦ ଅଧିକାଂଶ ଏସିଡ୍‌ ସହିତ ମିଶିଲେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥାଏ।
ଚରକ ସଂହିତାରେ ମଧ୍ୟ ପାରଦ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଗୋଟିଏ ସ୍ଥାନରେ ଏହାକୁ ରସ ଏବଂ ଅନ୍ୟ ସ୍ଥାନରେ ରସୋତ୍ତମ ବୋଲି ଲେଖାଯାଇଛି।
ପାରଦର ଫ୍ରିଜିଙ୍ଗ ପଏଣ୍ଟ -୩୮.୮୩ଂ ସେଲ୍‌ସିଅସ୍‌ ହୋଇଥିବା ବେଳେ ବଏଲିଂ ପଏଣ୍ଟ ୩୫୬.୭୩ଂ ସେଲ୍‌ସିଅସ୍‌।

Share