Categories: ବାଣିଜ୍ୟ

ପାନ୍‌-ଆଧାର ଲିଙ୍କ୍‌ ଅବଧି ୩୧ ମାର୍ଚ୍ଚ ଯାଏ ବୃଦ୍ଧି

ନୂଆଦିଲ୍ଲୀ,୩୧-୧୨: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) ସହ ଆଧାର ଲିଙ୍କ୍‌ କରାଇବାର ଅବଧିକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଆସନ୍ତା ମାର୍ଚ୍ଚ ୩୧ ଯାଏ ବଢାଇ ଦେଇଛି। ପୂର୍ବରୁ ପାନ୍‌-ଆଧାର ଲିଙ୍କ୍‌ ଲାଗି ଧାର୍ଯ୍ୟ ସମୟ ସୀମା ଚଳିତ ମାସ ୩୧ ରହିଥିଲା। ତୃତୀୟ ଥର ଲାଗି ଲିଙ୍କ୍‌ ସମୟ ସୀମାରେ ବୃଦ୍ଧି କରାଯାଇଥିବା ଜଣାପଡିଛି। ଡିସେମ୍ବର ୩୧ ମଧ୍ୟରେ ପାନ୍‌ ସହ ଆଧାର ସଂଯୋଗ କରାଇନେବାକୁ ସିବିଡିଟି ଏହାର ସେପ୍ଟେମ୍ବର ଅର୍ଡରରେ କହିଥିଲା। ପୂର୍ବରୁ ଏହି ସଂଯୋଗ ଅବଧି ସେପ୍ଟେମ୍ବର ୩୦ ରହିଥିଲା। ଗତବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଆଧାରକୁ ସାମ୍ବିଧାନିକ ଭାବେ ବୈଧ ବୋଲି ଘୋଷଣା କରିଥିଲେ। ପାନ୍‌ ପ୍ରଦାନ ଏବଂ ଆଇଟି ରିଟର୍ନ ଲାଗି ବାୟୋମେଟ୍ରିକ ପରିଚୟପତ୍ର ବାଧ୍ୟତାମୂଳକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟରେ କହିଥିଲେ। ନୂଆଦିଲ୍ଲୀ,୩୧-୧୨: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) ସହ ଆଧାର ଲିଙ୍କ୍‌ କରାଇବାର ଅବଧିକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଆସନ୍ତା ମାର୍ଚ୍ଚ ୩୧ ଯାଏ ବଢାଇ ଦେଇଛି। ପୂର୍ବରୁ ପାନ୍‌-ଆଧାର ଲିଙ୍କ୍‌ ଲାଗି ଧାର୍ଯ୍ୟ ସମୟ ସୀମା ଚଳିତ ମାସ ୩୧ ରହିଥିଲା। ତୃତୀୟ ଥର ଲାଗି ଲିଙ୍କ୍‌ ସମୟ ସୀମାରେ ବୃଦ୍ଧି କରାଯାଇଥିବା ଜଣାପଡିଛି। ଡିସେମ୍ବର ୩୧ ମଧ୍ୟରେ ପାନ୍‌ ସହ ଆଧାର ସଂଯୋଗ କରାଇନେବାକୁ ସିବିଡିଟି ଏହାର ସେପ୍ଟେମ୍ବର ଅର୍ଡରରେ କହିଥିଲା। ପୂର୍ବରୁ ଏହି ସଂଯୋଗ ଅବଧି ସେପ୍ଟେମ୍ବର ୩୦ ରହିଥିଲା। ଗତବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଆଧାରକୁ ସାମ୍ବିଧାନିକ ଭାବେ ବୈଧ ବୋଲି ଘୋଷଣା କରିଥିଲେ। ପାନ୍‌ ପ୍ରଦାନ ଏବଂ ଆଇଟି ରିଟର୍ନ ଲାଗି ବାୟୋମେଟ୍ରିକ ପରିଚୟପତ୍ର ବାଧ୍ୟତାମୂଳକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟରେ କହିଥିଲେ।

Share