Categories: ଜାତୀୟ

ପାନୀୟ ଜଳସଙ୍କଟ: ୧୫୦ ଛାତ୍ରୀଙ୍କ କେଶ କଟାଇଲେ ପ୍ରିନ୍ସିପଲ୍‌

ମେଡକ, ୧୪।୮: ପାନୀୟ ଜଳସଙ୍କଟ ଯୋଗୁ ତେଲେଙ୍ଗାନାର ଏକ ସରକାରୀ ସ୍କୁଲରେ ୧୫୦ ଛାତ୍ରୀଙ୍କ କେଶ କଟା ଯାଇଛି। ଛାତ୍ରୀମାନେ ରହୁଥିବା ହଷ୍ଟେଲରେ ପିଇବା ପାଣିର ଘୋର ଅଭାବ ଦେଖାଦେଇଥିବାରୁ ପ୍ରିନ୍ସିପଲ୍‌ କେ.କରୁଣା ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ଦୁଇଜଣ ବାରିକଙ୍କୁ ଡକାଇ ଏଭଳି କରାଯାଇଥିବା ଛାତ୍ରୀମାନେ ଅଭିଭାବକଙ୍କୁ କହିଛନ୍ତି। ସ୍ଥାନୀୟ ଟ୍ରାଇବାଲ୍‌ ଗର୍ଲସ୍‌ ଗୁରୁକୁଳ ସ୍କୁଲରେ ଏହା ଘଟିଛି। ତେବେ କିଛି ଛାତ୍ରୀଙ୍କ ମୁଣ୍ଡରେ ଉକୁଣି ତଥା ଚର୍ମ ସଂକ୍ରମଣ ହୋଇଥିବାରୁ ଏଭଳି କରାଯାଇଥିବା ପ୍ରିନ୍ସିପଲ କହିଛନ୍ତି। ଅଭିଭାବକଙ୍କ ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘଟଣାର ଯାଞ୍ଚ୍‌ ପାଇଁ ଏକ କମିଟି ଗଠନ କରାଯାଇଛି।

Share