Categories: ବାଣିଜ୍ୟ

ପାତ୍ରପଡାରେ ଶ୍ରୀ ଦୁର୍ଗାର ନୂଆ ଶୋ’ରୁମ

ଭୁବନେଶ୍ୱର,୨୭-୫: ଦକ୍ଷିଣ ଓଡିଶାର ପ୍ରମୁଖ ଶାଢି ଏବଂ ଗାର୍ମେଣ୍ଟ ରିଟେଲର ଶ୍ରୀ ଦୁର୍ଗା ସ୍ଥାନୀୟ ପାତ୍ରପଡାରେ ନୂଆ ଶୋ’ରୁମ ଶୁଭାରମ୍ଭ କରିଛି। ବ୍ରହ୍ମପୁରରେ ଏହା ପ୍ରଥମ ଶୋ’ରୁମ ଖୋଲିଥିବା ବେଳେ ଭୁବନେଶ୍ୱରର ରାଜମହଲ ପରେ ଏହା ତୃତୀୟ ଶୋ’ରୁମ । ନୂଆ ଷ୍ଟୋରକୁ ଶ୍ରୀ ଦୁର୍ଗାର ଏମ୍‌ଡି କେ.ନିର୍ମଳ କୁମାର ଏବଂ ନିର୍ଦ୍ଦେଶକ କେ.ରବି କୁମାର ଶୁଭାରମ୍ଭ କରିଥିଲେ। ୧୦,୦୦୦ ବର୍ଗଫୁଟ ସ୍ଥାନରେ ଏହି ଶୋ’ରୁମ ଖୋଲିଛି। ଏଠାରେ ପୁରୁଷ ଏବଂ ମହିଳାଙ୍କ ପରିଧାନ ସାମଗ୍ରୀ ସମେତ ହୋମ ଫର୍ନିସିଂ, ଘରୋଇ ସାଜସଜ୍ଜା ଉପକରଣ ମିଳି ପାରିବ। ଏହି ଅବସରରେ ପୁରୁଷ ବର୍ଗରେ ଭବ୍ୟ ଉତ୍ସବ ପରିଧାନ ଭେଟି ଦେବା ପାଇଁ ‘ସଂସ୍କୃତି’ ନାମରେ ଏକ ବିଭାଗ ଶୁଭାରମ୍ଭ ହୋଇଛି। ଷ୍ଟୋରରେ ମହିଳାଙ୍କ ଲାଗି ଶାଢି, ବ୍ରାଣ୍ଡେଡ ପୋଷାକ, ପୁରୁଷ ଏବଂ ମହିଳାଙ୍କ ବର୍ଗରେ ବ୍ରାଣ୍ଡେଡ ଡିଜାଇନର ପରିଧାନ, ବ୍ରାଇଡାଲ କଲେକ୍ସନ, ଲେଦର ସାମଗ୍ରୀ ଉପଲବ୍ଧ। ଆଗାମୀ ଦିନରେ ଅଧିକ ଷ୍ଟୋର ଖୋଲିବା ନେଇ ଯୋଜନା ରହିଥିବା ଏମ୍‌ଡି କେ.ନିର୍ମଳ କୁମାର କହିଛନ୍ତି। ଗ୍ରାହକଙ୍କ ପସନ୍ଦକୁ ସର୍ବଦା ପ୍ରାଥମିକତା ଦିଆଯାଉଥିବା ବେଳେ ୨୦୨୧ ସୁଦ୍ଧା ଇ-କମର୍ସ ପ୍ଲାଟଫର୍ମରେ ଶ୍ରୀଦୁର୍ଗା ପ୍ରବେଶ କରିବ ବୋଲି ନିର୍ଦ୍ଦେଶକ କେ.ରବି କୁମାର ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ କେ.ଚରଣ କୁମାର, କେ.ତିରୁମଲ କୁମାର, କେ.ଦର୍ଶନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Share