Categories: ଫୁରସତ

ପାଣି ଭିତରେ ଜଙ୍ଗଲ

କାଜାଖସ୍ତାନ: ଦୁନିଆରେ ଏମିତି କିଛି ଅଜବ ଦୃଶ୍ୟ ଅଛି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏହାର ରହସ୍ୟ ସହଜରେ ବୁଝିହୁଏ ନାହିଁ। ଏପରିି ଏକ ସ୍ଥାନ ହେଉଛି ‘ଲେକ୍‌ କ୍ୟାଣ୍ଡି’(ଏକ ଝରଣା)। କାଜାଖସ୍ତାନରେ ଥିବା ଏହି ଝରଣା ସବୁଠୁ ରହସ୍ୟମୟୀ ତଥା ରୋମାଞ୍ଚକର। କାରଣ ଏଠାକାର ପୂରା ଜଙ୍ଗଲ ଝରଣା ଭିତରେ ହିଁ ରହିଛି। ସାଧାରଣତଃ ଗଛଗୁଡ଼ିକ ଭୂମିରେ ଉଠିଥାଏ। କିନ୍ତୁ ଏଠାରେ ଝରଣା ଭିତରେ ବିରାଟ ବିରାଟ ଗଛ ରହିବା ରହସ୍ୟଜନକ।
କୁହାଯାଏ, ୧୯୧୧ରେ ଏହି ଅଞ୍ଚଳରେ ଭୟଙ୍କର ଭୂକମ୍ପ ହୋଇଥିଲା। ଫଳରେ ଜଙ୍ଗଲଟି ମଧ୍ୟ ଥରି ଉଠିଥିଲା। ସେତେବେଳେ ବଡ଼ବଡ଼ ଗଛ ସବୁ ଝରଣା ମଧ୍ୟକୁ ଚାଲିଯାଇଥିଲା। ସେହିଦିନଠାରୁ ସମଗ୍ର ଜଙ୍ଗଲଟି ଝରଣା ମଧ୍ୟରେ ରହିଯାଇଛି। ସମୁଦ୍ରଠାରୁ ୨୦୦୦ ମିଟର ଉପରେ ଥିବା ଏହି ଝରଣା ପାଣି ବହୁତ ଥଣ୍ଡା। ଏହି ସ୍ଥାନ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରେ। ଯେତିକି ରହସ୍ୟମୟ ସେତିକି ମନୋଲୋଭା।

Share