ପାଣି କେମିତି କରିବେ ସଞ୍ଚୟ: ଟିପ୍ସ ଦେଲେ ଅମିର

ମୁମ୍ବାଇ, ୪।୭: ଆଜିକାଲି ଦେଶର ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ଦେଖାଯାଇଛି। ମୁନ୍ଦେ ପାଣି ପାଇଁ ଲୋକଙ୍କୁ ଲମ୍ବା ଲାଇନ୍‌ରେ ଛିଡା ହେବାକୁ ପଡୁଛି। ଏଭଳି ସଙ୍କଟରୁ ତ୍ରାହି ପାଇବା ପାଇଁ ଲୋକଙ୍କୁ କିଛି ଟିପ୍ସ ଦେଇଛନ୍ତି ବଲିଉଡ ଅଭିନେତା ଅମିର ଖାନ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ମିଶନ୍‌ ପାଣି’ ଯୋଜନା ଦେଶ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଗାଁରେ ବର୍ଷାଦିନେ ପାଣି ସଂରକ୍ଷଣ କରିବା ପାଇଁ ପଦକ୍ଷେପ ନେବା ଉଚିତ୍‌। ଏହାକୁ ଏକ ମିଶନ୍‌ ଭାବରେ ନେଇ ଲୋକଙ୍କକୁ ସଚେନତନ କରିବା ଆବଶ୍ୟକ। ମୁମ୍ବାଇରେ ଏବେ ଏତେ ବର୍ଷା ହେଉଛି। ତଥାପି ରାଜ୍ୟରେ ମରୁଡି ପାଇଁ ଚାଷୀ ଆତ୍ମହତ୍ୟା କରୁଛନ୍ତି। ତେଣୁ ବର୍ଷା ପାଣି ସଂରକ୍ଷଣ କଲେ ଭବିଷ୍ୟତରେ ସ୍ଥିତି ବଦଳିବାର ସମ୍ଭାବନା ରହିଛି। ସଂସଦରେ ଏନେଇ ଆଲୋଚନା ହେବା ଆବଶ୍ୟକ ବୋଲି ଅମିର କହିଛନ୍ତି।

Share