Categories: ଜାତୀୟ

ପାଣିରେ ଲାଗିଲା ନିଆଁ

ଗୁଆହାଟି,୩।୨: ଆସାମ ଦିବ୍ରୁଗଡରେ ଏକ ତେଲ ପାଇପ ଲାଇନ୍‌ ଫାଟିଯିବା ଫଳରେ ନିଆଁ ଲାଗିଯାଇଛି। ଏହାର ଧୂଆଁରେ ଆଖପାଖ ଅଞ୍ଚଳର ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ପାଇପ ଲାଇନରେ ବିସ୍ଫୋରଣ ହେବା ଫଳରେ ଏହା ନିକଟରେ ଥିବା ଏକ ନଦୀ ମଧ୍ୟକୁ ବ୍ୟାପିଯାଇଥିଲା। ଆଉ ଏହା ପାଣିରେ ନିଆଁ ଲାଗିଲା ଭଳି ଦେଖାଯାଇଥିଲା। ଏହା ଏତେ ଯୋରରେ ଜଳୁଥିଲା ଯେ କେହି ଏହାକୁ ଦେଖିଲେ ଭୟ କରୁଥିଲେ। ଗଣମାଧ୍ୟମର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ଅର୍ଥାତ୍‌ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଏହି ନିଆଁ ଲିଭିନାହିଁ। ନଈରେ ନିଆଁ ଲାଗିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାଣିରେ ତେଲର ମିଶ୍ରଣ ଯୋଗୁ ଲାଗିଥିବା ନିଆଁରେ ବହୁ ପରିମାଣର ଧୂଆଁ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଏହି ଅଶୋଧିତ ତୈଳ ଦୁଲିୟାଜନ ସ୍ଥିତ ଅଏଲ ଇଣ୍ଡିଆ ଲିମିଟେଡ ପ୍ଲାଣ୍ଟର ଏକ ଓ୍ବାଟର ଲାଇନରେ ଲାଗିଛି ଯାହାର ସମ୍ପର୍କ ସିଧା ନଈ ସହ ରହିଛି। ଅନୁମାନ କରାଯାଉଛି କି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଏଭଳି କରାଯାଇ ଥାଇପାରେ। ତେବେ ୩ ଦିନ ପୂର୍ବରୁ ନଈରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଯାଇଥିଲେ ବି କେହି ଏଥିପ୍ରତି ଦୃଷ୍ଟି ଦେଉ ନା ଥିବା ସେମାନେ କହିଛନ୍ତି।

Share