ପାଣିରେ ଭିଜା କିସ୍‌ମିସ୍‌ ଖାଆନ୍ତୁ, ମିଳିବ ଏହିସବୁ ଫାଇଦା

କିସ୍‌ମିସ୍‌ ପାଟିକୁ ଯେତିକି ସ୍ବାଦିଷ୍ଟ ଲାଗିଥାଏ, ଶରୀର ପାଇଁ ମଧ୍ୟ ମଧ୍ୟ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। କିସ୍‌ମିସରେ ଆଇରନ, ପୋଟାସିୟମ, ମ୍ୟାଗ୍ନେସିଅମ ଏବଂ ଫାଇବର ଇତ୍ୟାଦି ଭରପୂର ମାତ୍ରାରେ ରହିଥାଏ। କିସ୍‌ମିସ୍‌କୁ ଖାଲି ଖାଇବା ଅପେକ୍ଷା ଏହାକୁ ପାଣିରେ ଭିଜାଇ ଖାଇଲେ ଅଧିକ ଲାଭ ମିଳିଥାଏ। ଭିଜା କିସ୍‌ମିସ୍‌ ନିୟମିତ ଖାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ବଢିଥାଏ। ଏହାକୁ ନିୟମିତ ଖାଇଲେ ହଜମ ଜନିତ ସମସ୍ୟା ଦୂର ହୋଇଥାଏ। ଗୋଟିଏ ଗ୍ଲାସ ପାଣିରେ ୧oରୁ ୧୨ଟି କିସ୍ମିସ ଭିଜାଇ ଖାଇବା ଦ୍ୱାରା ପେଟ ସଫା ହୋଇଯାଇଥାଏ। ଉଭୟଉଚ୍ଚ ଓ ନିମ୍ନ ରକ୍ତଚାପ ଲାଗି ଅତ୍ୟନ୍ତ ଲାଭକାରୀ ଅଟେ କିସ୍‌ମିସ୍‌। କାରଣ କିସମିସରେ ପୋଟାସିଅମର ମାତ୍ରା ଅଧିକ ରହିଥିବା କାରଣକୁ ଏନେଇ ଏହା ଶରୀରରେ ଲବଣର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। କିସ୍‌ମିସ୍‌ ସେବନ ଯୋଗୁ ଦୃଷ୍ଟିଶକ୍ତି ତୀକ୍ଷ୍ଣ ହୋଇଥାଏ।

Share