ପାଣିରେ ପଡ଼ିଲା ନାବାର୍ଡର ୪.୨୪ କୋଟି

ଯାଜପୁର ଅଫିସ,୨୬ା୨: ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍‌) ବୈଠକରେ ଯାଜପୁର ଜିଲା ଗ୍ରାମ୍ୟ ନିର୍ମାଣ (ଆର୍‌ଡବ୍ଲ୍ୟୁ) ଡିଭିଜନର ବିଭିନ୍ନ ପ୍ରକଳ୍ପର ଅଗ୍ରଗତିକୁ ନେଇ ନାବାର୍ଡ କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲାର ୬ଟି ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ଥିବାରୁ ଏଥିରେ ଖର୍ଚ୍ଚ ହୋଇଥିବା ସମୁଦାୟ ୪କୋଟି ୨୪ ଲକ୍ଷ ୬ହଜାର ଟଙ୍କା ପାଣିରେ ପଡ଼ିଛି। ଏହାସହ ଅତି ମନ୍ଥର ଗତିରେ ପ୍ରକଳ୍ପଗୁଡ଼ିକ ଚାଲିଥିବାରୁ ନାବାର୍ଡର ଲକ୍ଷ୍ୟ ପୂରଣ ହୋଇପାରୁନାହିଁ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିପାଇଁ ମନ୍ଥର ଗତିରେ ଚାଲିଥିବା ପ୍ରକଳ୍ପଗୁଡ଼ିକର ଖର୍ଚ୍ଚ ଅନୁସାରେ ତୁରନ୍ତ ସମ୍ପନ୍ନ କରିବାକୁ ଗ୍ରାମ୍ୟ ନିର୍ମାଣ ବିଭାଗର ଚିଫ୍‌ ଇଞ୍ଜିନିୟର ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ଗ୍ରାମ୍ୟ ନିର୍ମାଣ ବିଭାଗରେ ଗ୍ରାମାଞ୍ଚଳକୁ ଗମନାଗମନ ସୁଯୋଗ ସୃଷ୍ଟି କରିବା ପରିବର୍ତ୍ତେ ଠିକାଦାରୀ ରାଜନୀତି ଅଣାୟତ୍ତ ହେଉଥିବା ମନେ ହୋଇଛି। ରାଜନୈତିକ ହସ୍ତକ୍ଷେପ ଓ ବ୍ୟାପକ ପିସି କାରବାର ଯୋଗୁ ଜିଲାବାସୀ ଉପଯୁକ୍ତ ଗମନାଗମନରୁ ବଞ୍ଚତ୍ତ ହେଉଛନ୍ତି।
ଗ୍ରାମ୍ୟ ନିର୍ମାଣ ବିଭାଗରୁ ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (ଏମ୍‌ଏମ୍‌ଏସ୍‌ୱାଇ)ରେ ୩ଟି ପ୍ରକଳ୍ପ ମନ୍ଥର ଗତିରେ ଚାଲିଛି। ଖପୁରିଆପଦାରୁ ବ୍ରାହ୍ମଣଗାଁ ରାସ୍ତା ପାଇଁ ୨୦୧୫ରେ ୬୧.୬ଲକ୍ଷ ଟଙ୍କା ଆବଣ୍ଟିତ ହୋଇଥିଲା। ସେଥିମଧ୍ୟରୁ ମାତ୍ର ୧୭.୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୮.୫୮ପ୍ରତିଶତ କାର୍ଯ୍ୟ ଅଗ୍ରଗତି ହୋଇ ପାରିଛି। ତେବେ ଏହି ପ୍ରକଳ୍ପକୁ ବେସରକାରୀ ଜମି ବିବାଦ ରହିଥିବା କାରଣ ଦର୍ଶାଇ କାର୍ଯ୍ୟ ବନ୍ଦ କରାଯାଇଛି। ଆରଡି ରାସ୍ତାରୁ ଟୋଲକନା ଏମ୍‌ଏମ୍‌ଏସ୍‌ୱାଇ ରାସ୍ତା ନିର୍ମାଣ ପାଇଁ ୨୦୧୫ରେ ୧୭୩.୬୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ମାତ୍ର ୪୫ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହି ପ୍ରକଳ୍ପ ମଧ୍ୟ ଜମି ବିବାଦ ଯୋଗୁ ବ୍ୟାଘାତ ହୋଇଛି। ଉତ୍ତରପ୍ରତାପ ଠାରୁ ରାଖିପାଟନା ଏମ୍‌ଏମ୍‌ଏସ୍‌ୱାଇ ରାସ୍ତା ପାଇଁ ୭୯.୬୬ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ୨୭.୮୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଯାହାକି ଜମି ବିବାଦ ରାସ୍ତା ନିର୍ମାଣରେ ଅନ୍ତରାୟ ସାଜିଛି ବୋଲି ବିଭାଗ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି। ଯଦି ପୂର୍ବରୁ ଆବଶ୍ୟକ ଅନୁସାରେ ସର୍ଭେ କରାଯାଇଥାନ୍ତା ତେବେ ନାବାର୍ଡର ଉପରୋକ୍ତ ଖର୍ଚ୍ଚ ହୋଇଥିବା ୪୫.୮୪ଲକ୍ଷ ଟଙ୍କା ପାଣିରେ ପଡି ନ ଥାନ୍ତା। ଏଥିପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଛାଡ଼ି ଦିଆଯାଇଥିବା ଭଳି ଉଦାହରଣ ଜିଲାରେ ରହିଛି। ଉପରୋକ୍ତ ୩ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିବାରୁ ଆଖପାଖ ଅଞ୍ଚଳର ପ୍ରାୟ ୩୦ଖଣ୍ଡ ଗ୍ରାମବାସୀ ଉପଯୁକ୍ତ ଗମନାଗମନ ସୁବିଧାରୁ ବଞ୍ଚତ୍ତ ରହିଛନ୍ତି। ସେହିପରି ବରୀ-ବିଞ୍ଝାରପୁର ରାସ୍ତାର ଚିଙ୍ଗୁଡିଆ ନାଳରେ ୨୦୧୩ରେ ଏକ ବ୍ରିଜ ନିର୍ମାଣ କରିବାକୁ ନାବାର୍ଡ ଅନୁଦାନରେ ୫କୋଟି ୭୪ ଲକ୍ଷ ୨୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ୧ କୋଟି ୧୬ ଲକ୍ଷ ୯୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ମାତ୍ର ୨୦ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ତାହା ବନ୍ଦ ପଡିଛି। ଏହି ପ୍ରକଳ୍ପ ଜିଲାର ଉଭୟ ବରୀ ଓ ବିଞ୍ଝାରପୁର ବ୍ଲକର ହଜାର ହଜାର ଲୋକଙ୍କ ପାଇଁ ସ୍ବପ୍ନର ପ୍ରକଳ୍ପ ରହିଥିଲା। ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ତାହା ୭ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ପାରି ନାହିଁ। ଯାଜପୁର ଡିଭିଜନ-୧ ଅନ୍ତର୍ଗତ ମାଳଆନନ୍ଦପୁରରୁ ଅଡ଼ଙ୍ଗା ବ୍ରିଜ ମଧ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଏହି ପ୍ରକଳ୍ପ ପାଇଁ ୨୦୧୪ରେ ୨କୋଟି ୧୨ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ୧କୋଟି ୧୫ଲକ୍ଷ ୪୪ହଜାର ଟଙ୍କା ଖର୍ଚ୍ଚ ହୋଇସାରିଛି। ୫୪.୨୧ପ୍ରତିଶତ କାର୍ଯ୍ୟ ସମ୍ପନ୍ନ ହୋଇଥିବାବେଳେ ବନ୍ୟା ନଦୀବନ୍ଧ ଜୋନ୍‌ରେ ଯାଉଥିବାରୁ ତାହା ବିବାଦରେ ବନ୍ଦ ରହିଛି। ଏହି ପ୍ରକଳ୍ପ ଅସମ୍ପୂର୍ଣ୍ଣ କାରଣରୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦାରଖଣ୍ଡ ଛକରୁ ବବଲପୁରିଆ ଭଅଁରା ଶାସନ ରାସ୍ତା ପାଇଁ ୨ କୋଟି ୪୨ ଲକ୍ଷ ୩୮ ହଜାର ଟଙ୍କା ମଞ୍ଜୁର ହୋଇଥିବାବେଳେ ସେଥିରୁ ୧ କୋଟି ୪୫ ଲକ୍ଷ ୮୬ ହଜାର ଟଙ୍କା ଖର୍ଚ୍ଚ ହୋଇସାରିଛି। ତେବେ କେନାଲ ନଦୀବନ୍ଧର ରାସ୍ତା ଚଉଡ଼ା ନ ଥିବାରୁ ତାହା ମଧ୍ୟ ଅସମ୍ପୂର୍ଣ୍ଣ ରହିଛି। ଏହିପରି ଭାବେ ନାବାର୍ଡ ପାଣ୍ଠିର ପ୍ରାୟ ୪ କୋଟି ୨୪ ଲକ୍ଷ ଟଙ୍କା ପାଣିରେ ପଡ଼ିଛି। ଏସଂକ୍ରାନ୍ତରେ ବିଭାଗୀୟ ଇଞ୍ଜିନିୟର ଇନ୍‌ ଚିଫ୍‌ ମନ୍ଥର ଗତିରେ ଚାଲିଥିବା ରାସ୍ତା ଓ ବ୍ରିଜ ପ୍ରକଳ୍ପର ସମୀକ୍ଷା ପାଇଁ ଆସନ୍ତା ୨୯ତାରିଖରେ ଭିଡିଓ କନଫରେନ୍ସ ଜରିଆରେ ଏକ ବୈଠକ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ଜିଲାର ଓସ୍ବାନ କେନ୍ଦ୍ରରେ ଆବଶ୍ୟକ କାଗଜପତ୍ର ସହ ନିର୍ବାହୀ ଯନ୍ତ୍ରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri