Categories: ରାୟଗଡା

ପାଣିଘେରରେ ଅଙ୍ଗନବାଡ଼ି କେନ୍ଦ୍ର, ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ଦାବି

ମାଲକାନଗିରି,୬ା୭(ଡି.ଏନ୍‌.ଏ.) : କୋମଳମତି ଶିଶୁଙ୍କ ଶିକ୍ଷା ଏବଂ ସ୍ବାସ୍ଥ୍ୟରେ ଉନ୍ନତି ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଅନେକ ଯୋଜନା ମାଧ୍ୟମରେ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ଲଗାଣ ବର୍ଷାରେ କେନ୍ଦ୍ର ମଧ୍ୟରେ ପାଣି ପଶି ଯିବାରୁ ସେହି ପାଣି ଭିତରେ ପିଲାମାନେ ଖେଳକୁଦ, ପାଠପଢ଼ା ଏବଂ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି। ଏପରି ଏକ ଦୃଶ୍ୟ ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି। ଉକ୍ତ କେନ୍ଦ୍ରର ୪୦ରୁ ଊର୍ଦ୍ଧ୍ୱ ଶିଶୁ ବର୍ଷାରେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଫଳରେ ଏହି ଶିଶୁମାନଙ୍କର ସ୍ବାସ୍ଥ୍ୟ ବିଗିଡ଼ିବା ସହ ଜ୍ୱର ଏବଂ ଡାଇରିଆ ହେବାର ସମ୍ଭାବନା ରହିଛି। ତୁରନ୍ତ ଜିଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।