ପାଣିକୁଣ୍ଡରେ ବୁଡ଼ି ଚାଲିଗଲା ୩ ବର୍ଷ ଶିଶୁର ଜୀବନ

ବୋରିଗୁମ୍ମା,୯ା୯(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ଦିଣ୍ଡାରାଜାଗୁଡ଼ାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ପାଖରେ ଥିବା ପାଣିକୁଣ୍ଡରେ ବୁଡ଼ିଯାଇ ଜଣେ ଶିଶୁର ମୃତ୍ୟୁ ହୋଇଛି। ମୃତକ ହେଲେ ଦିଣ୍ଡାରାଜା ଗ୍ରାମର କୃପାସିନ୍ଧୁ ଗୌଡ଼ଙ୍କ ୩ ବର୍ଷର ପୁଅ ଶିବ। ସୋମବାର ମଧ୍ୟାହ୍ନରେ କୃପାସିନ୍ଧୁଙ୍କ ସ୍ତ୍ରୀ ଘରକାମରେ ବ୍ୟସ୍ତ ଥିବାବେଳେ ଶିବ ଘର ବାହାରକୁ ଚାଲିଯାଇଥିଲା। ଘର ବାହାରେ ଥିବା ପାଣିକୁଣ୍ଡରେ ସେ ପଡ଼ିଯିବା ପରେ ସେଥିରେ ବୁଡ଼ି ତାର ମୃତ୍ୟୁ ହୋଇଥିଲା। କୃପାସିନ୍ଧୁଙ୍କ ସ୍ତ୍ରୀ ପରେ ପୁଅକୁ ଖୋଜିଖୋଜି କରି ପାଣିକୁଣ୍ଡରୁ ତାକୁ ଉଦ୍ଧାର କରିଥିଲେ। ତୁରନ୍ତ ତାକୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।