ପାଟିର ଲାଳ ଦୂର କରେ ଶହେରୁ ଅଧିକ ପ୍ରକାର ରୋଗ..

ଆମ ମୁଖ ଭିତରେ ଏକ ଲକ୍ଷରୁ ଅଧିକ ଲାଳଗ୍ରନ୍ଥି ରହିଛି। ଏହି ଗ୍ରନ୍ଥି ଦ୍ୱାରା ପାଟିରେ ଲାଳ ତିଆରି ହୁଏ। ଲାଳ ଯୋଗୁ ମଣିଷ ଶରୀରରେ ଦେଖାଦେଉଥିବା ଶହେରୁ ଅଧିକ ପ୍ରକାର ରୋଗ ଦୂର ହୋଇଥାଏ। ସକାଳେ ଉଠି ଅଧୁଆ ମୁହଁରେ ପୁରାତନ ଘାରେ ଲାଳ ଲଗାଇଲେ କିଛି ଦିନ ମଧ୍ୟରେ ଏହା ଭଲ ହୋଇଥାଏ। ସେହିପରି ଏହାକୁ ଆଖିରେ କଜଳ ପରି ଲଗାଇଲେ ସମସ୍ତ ପ୍ରକାର ଆଖି ସମସ୍ୟା  ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଲାଳ ଚର୍ମ ରୋଗ ପାଇଁ ବେଶ୍‌ ଉପକାରୀ। ମୁହଁ ଧୋଇବା ପୂର୍ବରୁ ଗ୍ଲାସେ ପାଣି ପିଇଲେ ପାଟିରେ ଥିବା ଲାଳ ପେଟ ଭିତରକୁ ଯାଇଥାଏ। ଏହା ବିଭିନ୍ନ ପ୍ରକାର ପେଟ ସମସ୍ୟାକୁ ଦୂର କରି ଯୁବସୁଲଭ ଠାଣି ବଜାୟ ରଖେ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

Share