Categories: ଜାତୀୟ

ପାଟନା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଗଣବଳାତ୍କାର

ପାଟନା,୧୪ା୧୨(ପି.ଟି.): ବିହାରର ପାଟନା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ(୨୦)ଙ୍କୁ ଗାନ୍ଧୀ ପାଠ ଅଞ୍ଚଳରେ ଗଣବଳାତ୍କାର କରାଯାଇଛି। ଏନେଇ ପୀଡ଼ିତା ପୋଲିସରେ ଅଭିଯୋଗ କରିଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶତାଧିକ ବ୍ୟକ୍ତି(ଅଧିକାଂଶ ବିଶ୍ୱବିଦ୍ୟାଳୟ ଛାତ୍ର) ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଛନ୍ତି। ଏହି ଘଟଣାକୁ ନେଇ ଶୁକ୍ରବାର ପରିସ୍ଥିତି ଉଗ୍ରରୂପ ଧାରଣ କରିଥିଲା। ପୋଲିସ- ବିକ୍ଷୋଭକାରୀଙ୍କ ମଧ୍ୟରେ ଠେଲାପେଲା ହେବା ସହ ବିକ୍ଷୋଭକାରୀଙ୍କୁ ରାସ୍ତାରୁ ହଟାଇବା ଲାଗି ପୋଲିସ ପ୍ରଥମେ ପାଣିମାଡ଼ ଓ ପରେ ଲାଠିଚାର୍ଜ କରିଥିଲା। ଘଟଣାରୁ ଜଣାପଡ଼ିଛି ଯେ, ସପ୍ତାହେ ପୂର୍ବରୁ ୪ ଯୁବକ ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। କିଛିମାସ ପୂର୍ବରୁ ସେମାନେ ତାଙ୍କୁ ବଳପୂର୍ବକ ଯୌନଶୋଷଣ କରିବା ସହ ଭିଡିଓ ରେକର୍ଡିଂ ଜରିଆରେ ବ୍ଲାକ୍‌ମେଲ କରୁଥିଲେ। ବାରମ୍ବାର ବଳାତ୍କାର ଲାଗି ଉଦ୍ୟମ କରୁଥିଲେ। ବାଧ୍ୟହୋଇ ସେ ପୋଲିସର ସହାୟତା ନେଇ ମାମଲା ରୁଜୁ କରିଥିଲେ।

Share