ପାଟଣା ଅବକାରୀ ବିଭାଗର ଚଢ଼ାଉ: ୧୧୩ ଲିଟର ଦେଶୀ ମହୁଲି ଜବତ, ୪ ଗିରଫ

ପାଟଣା,୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅବକାରୀ ଥାନା ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ପାଟଣା ଥାନା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ବ୍ୟାପକ ଅବକାରୀ ଚଢ଼ାଉ କରାଯାଇଛି। ଏଥିରେ ୧୧୩ ଲିଟରରୁ ଊଦ୍ଧର୍‌ବ ବେଆଇନ ଦେଶୀ ମହୁଲି ଜବତ କରାଯିବା ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛିି।

ପାଟଣା ଅବକାରୀ ଥାନା ପକ୍ଷରୁ ତୁରୁମୁଙ୍ଗା ଥାନା ଅଞ୍ଚଳର ଭଗପଶି ଗ୍ରାମର ମାଘୁ ମୁଣ୍ଡାଙ୍କ ଝିଅ ମାଳତୀ ମୁଣ୍ଡାଙ୍କଠାରୁ ୬୦ ଲିଟର, କଣ୍ଟିଆପଡାର ବିନ ବେହେରାଙ୍କଠାରୁ ୫ ଲିଟର ଓ ପାଟଣା ଥାନା ମଙ୍ଗଳପୁର ଗ୍ରାମର ଦୁର୍ଗାଚରଣ ମହାନ୍ତଙ୍କଠାରୁ ୮ ଲିଟର ଓ ଡିଆନାଳୀ ଗ୍ରାମର କୁନି ମୁଣ୍ଡାଙ୍କଠାରୁ ୪୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ଏ ନେଇ ଥାନାରେ ପିଆର କେଶ (ନଂ ୨୦, ୨୧, ୨୨ ଓ ୨୩ /୧୯) ରୁଜୁ କରାଯାଇଛି। ଡାକ୍ତରୀ ପରୀକ୍ଷା ପରେ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଚଢ଼ାଉରେ ଅବକାରୀ ଅଧିକାରୀ ଦିଲୀପ କୁମାର ତାଣ୍ଡି,ଏଏସ୍‌ଆଇ ପୁଷ୍ପଲତା ଗୋସ୍ବାମୀ, ଏକ୍ସାଇଜ୍‌ କନଷ୍ଟେବଳ ଯତୀନ କୁମାର ମହାନ୍ତ, ଲକ୍ଷ୍ମଣ ନାଏକ ଓ ରଞ୍ଜନ କୁମାର ସାହୁ ପ୍ରମୁଖ ସାମିଲ ଥିଲେ।