ପାଟଣାଗଡ଼ ଜେଇଙ୍କୁ ବିଧାୟକ ଉଠ୍‌ବସ କରିବା ଘଟଣା; ଜୀବନପ୍ରତି ବିପଦ ଅଛି: ଜେଇଙ୍କ ସ୍ତ୍ରୀ

ଭୁବନେଶ୍ୱର, ୮।୬(ବ୍ୟୁରୋ): ପାଟଣାପଡ଼ ଜେଇଙ୍କୁ ବିଧାୟକ ଉଠ୍‌ବସ କରିବା ଘଟଣାରେ ସମ୍ପୃକ୍ତ ଜେଇଙ୍କ ସ୍ତ୍ରୀ ପ୍ରବୀଣା ରାଜସିଂହ କହିଛନ୍ତି ଯେ, ନିଜର ଏବଂ ତାଙ୍କ ସ୍ବାମୀଙ୍କ ଜୀବନ ପ୍ରତି ବିପଦ ରହିଛି। ଗତ ୬ ତାରିଖରୁ ବିଧାୟକ ସରୋଜ ମେହେରଙ୍କ ନାମରେ ଏତଲା ଦିଆଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ନିମ୍ନମାନର ରାସ୍ତା କାମ ହୋଇଥିବାରୁ ପାଟଣାଗଡ଼ ବିଧାୟକ ସରୋଜ ସମ୍ପୃକ୍ତ ପୂର୍ତ୍ତବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ କରାଇଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ ପରେ ବିଧାୟକ ମେହେର ଏଥିପାଇଁ କ୍ଷମା ମାଗିଥିଲେ। ଅପରପକ୍ଷରେ ଶବରଙ୍କ ସ୍ତ୍ରୀ ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ।