Posted inରାଜ୍ୟ

ପାଟକୁରା ବିଧାନସଭା ନିର୍ବାଚନ: ପ୍ରଚାର ସରଗରମ, ନେତାଙ୍କ ସ୍ବର ନରମ

କେନ୍ଦ୍ରାପଡ଼ା ଅଫିସ, ୧୬ା୭- ପାଟକୁରା ନିର୍ବାଚନ ପ୍ରଚାର ପାଇଁ ଆଉ ମାତ୍ର ୪ ଦିନ ରହିଛି ା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୧୮ ତାରିଖ ଅପରାହ୍ନ ୫ଟାରେ ପ୍ରଚାର ଶେଷହେବ। ଏନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରଚାର କାର୍ଯ୍ୟକୁ ଜୋର୍‌ଦାର କରିଛନ୍ତି ା ତେବେ ନିର୍ବାଚନରେ ନେତାଙ୍କ ଠାରୁ ପ୍ରତିପକ୍ଷଙ୍କ ପ୍ରତି ଆରୋପ ପ୍ରତ୍ୟାରୋପ ବହୁତ କମ୍‌ ଦେଖିବାକୁ ମିଳୁଛି। ପ୍ରାର୍ଥୀ ଓ ଦଳୀୟ ନେତାଙ୍କ ଏଭିଳି ଆଭିମୁଖ୍ୟ ନିର୍ବାଚନ ସମୟରେ ଭୋଟରଙ୍କୁ ଅଡ଼ୁଆରେ ପକାଇବ ବୋଲି ଆଲୋଚନା ହେଉଛି।
ଅପରପକ୍ଷେ ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଜିଲାକୁ ଗସ୍ତକୁ ଅନେକ ଅପେକ୍ଷା କରିଛନ୍ତି । ଏହି ବିଧାନସଭା ନିର୍ବାଚନରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ ମୋଟ ୧୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବହୁ ପଛରେ କଂଗ୍ରେସର ରାଜ୍ୟସ୍ତରୀୟ ନେତା ଏହି କ୍ଷେତ୍ରକୁ ଗସ୍ତ କରି ଲୋକଙ୍କ ସମର୍ଥନ ହାସଲ କରିବାକୁ ଉଦ୍ୟମ କରୁଛନ୍ତି। ମାତ୍ର ଏହି ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ର ଓ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ମଧ୍ୟରେ ମହା ମୁକାବିଲା ଦେଖିବାକୁ ମିଳିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଇତିମଧ୍ୟରେ ସାଧାରଣ ନିର୍ବାଚନ ସରିଯାଇଥିବାରୁ ରାଜ୍ୟର ମନ୍ତ୍ରୀ ଓ ବିଧାୟକମାନେ ଏବେ ପାଟକୁରାରେ ଡେରା ପକାଇଛନ୍ତି। ବିଜେଡିର ଏହି ନେତାଙ୍କ ଭିଡ଼ ବିଜୟଙ୍କ ଜିତିବା ପାଇଁ ବୋଲି ଭାଜପାର ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ା ସେହିପରି ଭାଜପାର ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ ମଧ୍ୟ ପ୍ରତିପକ୍ଷ ବିଜେଡି ପ୍ରତି କୌଣସି କଟୁ ସମାଲୋଚନା ଅଦ୍ୟାବଧି କରି ନାହାନ୍ତି। ମାତ୍ର ଭାଜପାର ପ୍ରଚାରକମାନେ ବିଜୟ ନିର୍ବାଚନରେ ବିଜୟୀ ହେଲେ ପାଟକୁରାବାସୀଙ୍କ ଉନ୍ନତି ହୋଇପାରିବ ବୋଲି ମତ ଦେଇଛନ୍ତି।
କେବଳ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ଦାମ ରାଉତ ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି। ଅପରପକ୍ଷରେ ବିଜେଡି ପକ୍ଷରୁ ଦଳୀୟ ଅନ୍ତର୍କନ୍ଦଳକୁ ରୋକିବା ଏକ ପ୍ରମୁଖ ସମସ୍ୟା ହୋଇଛି । ପ୍ରତି ପଞ୍ଚାୟତ ପାଇଁ ବିଧାୟକ ଓ ମନ୍ତ୍ରୀମାନେ ଦାୟିତ୍ୱରେ ଥିଲେ ମଧ୍ୟ ପ୍ରଚାର ସମୟରେ ବିଜୟଙ୍କୁ ଟାର୍ଗେଟ କରିବା ଦେଖାଯାଉନାହିଁ । କିନ୍ତୁ ଉଭୟ ଦଳ ନିଜର ଶକ୍ତି ବୃଦ୍ଧି ପାଇଁ ମିଶ୍ରଣ ପର୍ବ, ବୁଥ ଲେବୁଲ ସଂଗଠନକୁ ସୁଦୃଢ଼ କରିବାକୁ ଗୁରୁତ୍ୱ ଦେଇଛନ୍ତି। ସେପଟେ ବିଜେଡି ଓ ଭାଜପା କୋଳାକୋଳି ବୋଲି ମନ୍ତବ୍ୟ ଦେଇ କଂଗ୍ରେସ ଜନତାଙ୍କ ନିକଟତର ହେବାକୁ ଚେଷ୍ଠା ଚଳାଇଛି।
ଏସମ୍ପର୍କରେ ସମୀକ୍ଷକମାନେ କହିଛନ୍ତି, ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସଭାକୁ ମନୋନୀତ କରିବାରେ ବିଜେଡି ସମର୍ଥନ ଦେବାପରେ ଉଭୟ ଦଳ ପରସ୍ପରକୁ ଦୋଷ ଦେବା ବନ୍ଦ କରିଦେଇଛନ୍ତି ।ତେବେ ଏହି ନିର୍ବାଚନ ଉଭୟଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ନିଜସ୍ବ ରଣକୌଶଳକୁ ଗୁରୁତ୍ୱ ଦେଉଛନ୍ତି । ଶେଷ ଦୁଇ ଦିନ ପ୍ରଚାରରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତଥିବାରୁ ନିର୍ବାଚନ ଉପରେ ଏହାର କି ପ୍ରଭାବ ପଡ଼ିବ ତାହା ଏବେଠାରୁ କୁହାଯାଇପାରିବ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri